ଭୁବନେଶ୍ବର: ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କୋରୋନା ଟେଷ୍ଟ ରିପୋର୍ଟ। ଗତକାଲି ହୋଇଥିବା ୭୫୭ କୋଭିଡ ଟେଷ୍ଟରୁ ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ବିଧାୟକ ଦେବୀ ମିଶ୍ର ଓ ପ୍ରମିଳା ମଲ୍ଲିକ ମଧ୍ୟ କୋରୋନା ପଜିଟିଭ୍ ଆସିଛନ୍ତି ।
ରାଜ୍ୟ ବିଧାନସଭା ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ କୋରୋନା ଟେଷ୍ଟ କରାଯାଇଥିଲା । ଗତକାଲି ସ୍ବାବ ସଂଗ୍ରହ କରାଯାଇଥିଲା । ବିଧାନସଭାରେ ପ୍ରଥମ ଦିନ ୭୫୭ ଜଣଙ୍କର ହୋଇଥିଲା କୋରୋନା ଟେଷ୍ଟ । ୭୫୭ ଜଣଙ୍କ ମଧ୍ୟରେ ଅଛନ୍ତି ବିଧାୟକ, ବିଧାନସଭାର କର୍ମଚାରୀ ଓ ସାମ୍ବାଦିକ । ବାଚସ୍ପତିଙ୍କ ସହ 20 ଜଣ ବିଧାୟକଙ୍କର ହୋଇଛି ନମୁନା ପରୀକ୍ଷା ହୋଇଥିଲା । ଏନେଇ ଵିଧାନସଭା ପକ୍ଷରୁ ସୂଚନା ଦିଆଯାଇିଛି । ରବିବାର ଓ ସୋମବାର ମଧ୍ୟ ଟେଷ୍ଟ ଜାରି ରହିବ l
ସୂଚନାଥାଉକି ଆସନ୍ତା 29 ତାରିଖରୁ ବିଧାନସଭା କାର୍ଯ୍ୟ ଆରମ୍ଭ କରାଯିବା ନେଇ ବାଚସ୍ପତି ଘୋଷଣା କରିଛନ୍ତି । ବିଧାନସଭାକୁ କୋରୋନା କଟକଣା ଅନୁୟାୟୀ ପରିଚାଳନା କରିବା ପାଇଁ ସମସ୍ତପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ