ଭୁବନେଶ୍ବର: ରାଜ୍ୟରେ କୋରୋନା ପଜିଟିଭ କେସ ଦିନକୁ ଦିନ ବଢୁଛି । ଆଜି କୋରୋନା ପଜିଟିଭ ସଂଖ୍ୟା ଓଡ଼ିଶାର ସର୍ବକାଳୀନ ରେକର୍ଡ ପାରକରିଛି । ଆଜି ରାଜ୍ୟର ୮ ହଜାର ୩୮୬ ରେ ପହଞ୍ଚିଛି ।ଏପରି ସ୍ଥଳରେ ପ୍ରଶ୍ନ ଉଠୁଛି ରାଜ୍ୟରେ ଆବଶ୍ୟକୀୟ ଅନୁସାରେ କୋଭିଡ୍ ରୋଗୀଙ୍କ ପାଇଁ ବେଡ୍ ,ଭେଣ୍ଟିଲେଟର୍ ଓ ଅକ୍ସିଜେନ ମହଜୁଦ ଅଛି ତ, ଏନେଇ ପ୍ରତିକ୍ରିୟା ଦେଇ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଭୁବନେଶ୍ୱର ଓ କଟକରେ ବଢୁଛି କୋରୋନା ସଂକ୍ରମଣ। ଜଣେ ଲୋକ ଏକାଧିକ ଲୋକଙ୍କୁ ସଂକ୍ରମିତ କରୁଛନ୍ତି। ତେଣୁ community transmission ବା ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି। ଯେହେତୁ ଭୁବନେଶ୍ୱରକୁ ଏକାଧିକ ଲୋକ ବାହାରୁ ଆସୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ଆଜି 8 ହଜାର ପଜିଟିଭ ଆସିଛି, କାଲି କମି ପାରେ କି ବଢି ବି ପାରେ। ପର୍ଯ୍ୟାପ୍ତ ବେଡ଼ ଅଛି। ପଶ୍ଚିମ ଓଡ଼ିଶାରେ ରୋଗୀ ଅଧିକ ଭର୍ତ୍ତି ହେଉଛନ୍ତି। ଯେଉଁଠି ଆବଶ୍ୟକ ବେଡ଼ ସଂଖ୍ୟା ବଢାଯାଉଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ରାଜ୍ୟରେ କୋରୋନା ମୁକାବିଲା ପାଇଁ ବେଡ ସଂଖ୍ୟାରେ କୌଣସି ଅସୁବିଧା ନାହିଁ ।ଏବେ ସୁଧା ରାଜ୍ୟରେ ଥିବା ICU ବେଡ୍ ୫୩ ପ୍ରତିଶତ ବ୍ୟବହାର ହୋଇଛି । ଭେଣ୍ଟିଲେଟର ୩୫ ପ୍ରତିଶତ ବ୍ୟବହାର ହୋଇଛି ।ଏହା ସହ ୩୬ ପ୍ରତିଶତ ବ୍ୟବହାର ହୋଇଛି । ଏହ ସହ ରାଜ୍ୟରେ କୋରୋନା ପାଇଁ ଆବଶ୍ୟକୀୟ ମେଡିସିନ ମହଜୁଦ ରହିଛି ।
ଏହାସହ ପ୍ରତିଦିନ କୋରୋନା କେସକୁ ନେଇ ତାହାର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ବେଡ୍ ସଂଖ୍ୟା ବଢାଯାଉଛି । ଏହା ସହ ଭିମସାରରେ ୭୦୦ ବେଡ୍ ବିଶିଷ୍ଟ କୋଭିଡ୍ ହସପିଟାଲ ତିଆରି କରାଯାଉଛି । ଏହାସହ ଡେଡିକେଟଡ୍ କୋଭିଡ୍ ହସପିଟାଲ ଖୋଲାଯାଇଛି । ଏଥିପାଇଁ ପ୍ରତିଦିନ ମନିଟରିଂ କରାଯାଉଛି । ସମସ୍ତ ବିଭାଗର କୋଡନେସନ ରହିଛି ବୋଲି କହିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ଏହାସହ ଭୁବନେଶ୍ବର ଓ କଟକରେ ବଢୁଛି କରୋନା ସଂକ୍ରମଣ। ଜଣେ ଲୋକ ଏକାଧିକ ଲୋକଙ୍କୁ ସଂକ୍ରମିତ କରୁଛନ୍ତି। ତେଣୁ ଗୋଷ୍ଠୀ ସଂକ୍ରମଣ ଉପୁଜିଲାଣି। ଗୋଟିଏ ଲୋକ ୨୦୦ ଲୋକଙ୍କୁ ସଂକ୍ରମିତ କରିପାରିବ ।ଯେହେତୁ ଭୁବନେଶ୍ବରକୁ ଏକାଧିକ ଲୋକ ବାହାରୁ ଆସୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ପଶ୍ଚିମ ଓଡ଼ିଶାରେ ରୋଗୀ ଅଧିକ ଭର୍ତ୍ତି ହେଉଛନ୍ତି। ଯେଉଁଠି ଆବଶ୍ୟକ ବେଡ଼ ସଂଖ୍ୟା ବଢାଯାଉଛି। ଏଥିପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ ବୋଲି କହିଛନ୍ତି ସ୍ଵାସ୍ଥ୍ୟ ନିର୍ଦେଶକ କହିଛନ୍ତି । ସୂଚନାଥାଉକି ରାଜ୍ୟରେ ଆଜି ଆଠ ହଜାର ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା ଏହାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ଲୋକଙ୍କୁ ସଚେତନ ହେବା ପାଇଁ କଡା କଟକଣା ଜାରୀ କରିଛନ୍ତି । ରାଜ୍ୟରେ କୋରୋନା ସଂକ୍ରମଣକୁ ମୁକାବିଲା କରିବା ପାଇଁ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଧ୍ୟାନ ଦେଉଛନ୍ତି ସରକାର ।
ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ