ETV Bharat / city

ଏଣିକି ଘରେ ବସି ପାଇପାରିବେ କୋଭିଡ ରିପୋର୍ଟ

author img

By

Published : May 22, 2021, 6:00 PM IST

କୋଭିଡ଼ ରିପୋର୍ଟ ପାଇବା ହେଲା ସହଜ । ଏ ନେଇ ରାଜ୍ୟ ସରକାର ଜାରି କଲେ ୱେବସାଇଟ । ଅଧିକ ପଢନ୍ତୁ...

covid19 report will get at home govt decleared special website
ଘରେ ବସି ପାଇପାରିବେ କୋଭିଡ ରିପୋର୍ଟ; ଆଇଟି ସଚିବ

ଭୁବନେଶ୍ବର: କୋଭିଡ ସଂକ୍ରମଣ ନେଇ ରାଜ୍ୟ ସରକାର ବିଭିନ୍ନ ସମୟରେ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଉଛନ୍ତି । ତେବେ ଏ ସମୟରେ ରାଜ୍ୟ ସରକାରଙ୍କ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ଓ ସ୍ବାସ୍ଥ୍ୟ ବିଭାଗ ମିଳିତ ଭାବରେ ଏକ ବଢିଆ ପଦକ୍ଷେପ ହାତକୁ ନେଇଛନ୍ତି । ରାଜ୍ୟବାସୀଙ୍କୁ କୋଭିଡ ରିପୋର୍ଟ ପାଇଁ ଆଉ ଏଣେ ତେଣେ କିମ୍ବା ଟେଷ୍ଟିଂ ସେଣ୍ଟରକୁ ଧାଇଁବାକୁ ପଡିବ ନାହିଁ । ମୋବାଇଲରେ ନିଜର ଆରଟିପିସିଆର ହେଉ ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ଅତି ସହଜ ଓ ସରଳ ଉପାୟରେ ପାଇପାରିବେ । ଏ ନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ।

ରାଜ୍ୟରେ କୋରୋନା ଅକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପ୍ରତ୍ୟେକ ଦିନ ପ୍ରାୟ 10 ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେହି ଅନୁସାରେ ଟେଷ୍ଟ ମଧ୍ୟ ବୃଦ୍ଧି ପାଉଛି । ରାଜ୍ୟରେ ଏଣିକି ପ୍ରତ୍ୟେକ ଦିନ ପ୍ରାୟ 65 ହଜାରରୁ ଅଧିକ ଟେଷ୍ଟ ହେଉଛି । ଏହି ଟେଷ୍ଟିଂ ସଂଖ୍ୟାକୁ 70 ହଜାରରୁ ଅଧିକ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ରିପୋର୍ଟ ନେବାକୁ ଲୋକଙ୍କୁ ଲାଇନରେ ଛିଡା ହେବାକୁ ପଡୁଛି । ଏହି ରିପୋର୍ଟ ସଂଗ୍ରହ ସମୟରେ ସେଠାରେ ଗହଳି ବଢିଯାଉଥିଲା । ଏହା ସହ ସଂକ୍ରମିତ ଲୋକ ଅନ୍ୟ ଲୋକଙ୍କୁ ମଧ୍ୟ ସଂକ୍ରମିତ କରୁଥିବା ସରକାରଙ୍କ ନଜରକୁ ଆସିଥିଲା । ରିପୋର୍ଟ ସଂଗ୍ରହ ସମସ୍ୟାକୁ ଦୂର କରି ସରଳ ଓ ସହଜ ବ୍ୟବସ୍ଥା କରିବା ଲାଗି ମୁଖ୍ୟମନ୍ତ୍ରୀ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗକୁ କଡା ନିର୍ଦ୍ଦେଶ ଦେଇଥିଲେ ।

କିଭଳି ରିପୋର୍ଟ ସଂଗ୍ରହ ବ୍ୟବସ୍ଥା ସରଳ ଓ ସହଜ ହୋଇପାରିବ ଏ ନେଇ ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ରଙ୍କ ନେତୃତ୍ବରେ କାର୍ଯ୍ୟ ଆରମ୍ଭ କରିଥିଲା ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ । ଏହି ପ୍ରୟାସ ଏବେ ସଫଳ ହୋଇଥବା ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ସୂଚନା ଦେଇଛନ୍ତି । କୋଭିଡ଼ ଡ୍ୟାସବୋର୍ଡ କିମ୍ବା ରାଜ୍ୟ କୋଭିଡ଼ ୱେବସାଇଟରେ ମଧ୍ୟ ନିଜ ଟେଷ୍ଟ ରିପୋର୍ଟ ପାଇପାରିବେ । କୋଭିଡ଼ ଡ୍ୟାସବୋର୍ଡରେ ରିପୋର୍ଟ ପାଇବା ପାଇଁ https://statedashboard.odisha.gov.in/ କିମ୍ବା https://covid19.odisha.gov.in/ ରେ ରିପୋର୍ଟ ପାଇପାରିବେ । କୋଭିଡ୍ ପାଇଁ ଆରଟିପିସିଆର/ଆଣ୍ଟିଜେନ ଟେଷ୍ଟ ଦେଇଥିବା ବ୍ୟକ୍ତି ଡ୍ୟାସବୋର୍ଡ କିମ୍ବା ରାଜ୍ୟ କୋଭିଡ଼ ୱେବସାଇଟରେ ନିଜର ରେଜିଷ୍ଟର ମୋବାଇଲ ନମ୍ବର କିମ୍ବା ଏସିଆରଏଫ ଆଇଡିକୁ ଦେଇ କ୍ଲିକ୍ କଲେ ସେମାନଙ୍କର ରିପୋର୍ଟ ଜାଣିପାରିବେ । ଏନେଇ ବିଭାଗୀୟ ସଚିବ ମନୋଜ ମିଶ୍ର ବିସ୍ତ୍ରୁତ ଭାବେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.