ETV Bharat / city

କୋଭିଡ ସଂକ୍ରମଣ ମାନସିକ ରୋଗୀଙ୍କ ପ୍ରତି ବିପଦ ସୃଷ୍ଟି କରିପାରେ - covid19 pressmeet

କୋରୋନା ମାନସିକ ରୋଗୀଙ୍କ ପ୍ରତି ବିପଦ ସୃଷ୍ଟି କରିପାରେ । କୋରୋନା ସଂକ୍ରମଣକୁ ନେଇ ମାନସିକ ରୋଗୀମାନେ ଅନେକ ସମୟରେ ବିପଦରେ ପଡ଼ିଥାନ୍ତି। ଲକ୍ଷଣ ବଢିଯାଉଛି ତେବେ ହସ୍ପିଟାଲରେ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ। ଅଧିକ ପଢନ୍ତୁ...

କୋଭିଡ ସଂକ୍ରମଣ ମାନସିକ ରୋଗୀଙ୍କ ପ୍ରତି ବିପଦ ସୃଷ୍ଟି କରିପାରେ

author img

By

Published : Sep 22, 2020, 8:32 PM IST

ଭୁବନେଶ୍ବର: କୋଭିଡ ସଂକ୍ରମଣ ମାନସିକ ରୋଗୀଙ୍କ ପ୍ରତି ବିପଦ ସୃଷ୍ଟି କରିପାରେ । କୋରୋନା ସଂକ୍ରମଣକୁ ନେଇ ମାନସିକ ରୋଗୀମାନେ ଅନେକ ସମୟରେ ବିପଦରେ ପଡ଼ିଥାନ୍ତି। ଅନେକ ସମୟରେ ଭୟ ନିଦ୍ରାହୀନତା ପରି ଗୁରୁତର ରୋଗରେ ପଡିଥାନ୍ତି । କୋରୋନା ସମୟରେ କୋଭିଡ ପଜିଟିଭଙ୍କୁ ନେଇ ମାନସିକ ରୋଗ ବିଶେଷଜ୍ଞ ସାରଦା ପ୍ରସନ୍ନ ସ୍ବାଇଁ ସୂଚନା ଦେଇଛନ୍ତି ।

ଯେଉଁ ବ୍ୟକ୍ତି ଏକା ରହିଥାଏ, ସେ ନିଦ୍ରାହୀନତା, ଛାନିଆ, ଫୋବିଆ ଡିପ୍ରେସନ, ପୂର୍ବରୁ ମାନସିକ ରୋଗରେ ଆକ୍ରାନ୍ତ ହୋଇପାରେ। ତେଣୁ ସେମାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ । ବୟସ୍କ ବ୍ୟକ୍ତିମାନେ ଅଧିକ ରିସ୍କରେ ଥାଆନ୍ତି । ମାନସିକ ରୋଗୀଙ୍କର ମନୋବଳ ବଢ଼ାଇବା ପାଇଁ ସବୁବେଳେ ଉପଦେଶ ଦେବା ସହ ନିଦ୍ରାହୀନତା ହେବାର ଅଧିକ ଚାନ୍ସ ରହିଥାଏ । ଡାକ୍ତରଙ୍କୁ ପରାମର୍ଶ କରି ରୋଗର ପରିବର୍ତନ କରିବା ଆବଶ୍ୟକ। ଯୋଗ ପ୍ରାଣାୟମ ସହ ବହି ପଡିବା ଓ ରୁମରେ ବୁଲାବୁଲି କରିବା ଉଚିତ। ଘରେ ଭିତରେ ଯେଉଁ କାମ କରିବାକୁ ଇଛା ହେଉଛି, ସେହି କାମ କରିବା ଉଚିତ। ସୁଷମ ଖାଦ୍ୟ ପେୟ । ଯଦି ଗୋଟିଏ କାମ କରୁଛି ସେ ସବୁ ବନ୍ଦ କରିବା ଆବଶ୍ୟକ। ଯାହା ଦ୍ବାରା ରୋଗ କମିଯାଇଥାଏ। ଯଦି କୋରୋନା ରୋଗୀ ପୂର୍ବରୁ ମାନସିକ ରୋଗ ଚିକିତ୍ସାରେ ଅଛନ୍ତି। ତେବେ ସେମାନେ ହୋମ ଆଇସୋଲେସନରେ ରହିପାରିବେ । ପରିବାରଙ୍କୁ ସାଧାରଣ ଭାବରେ ପରାମର୍ଶ ଦେବା ଆବଶ୍ୟକ ଯେ ଯଦି ଲକ୍ଷଣ ବଢିଯାଉଛି, ତେବେ ହସ୍ପିଟାଲରେ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ। କୋଭିଡ ସମୟରେ ଏହା ଏକ ସାମାଜିକ ସମସ୍ୟା। ରୋଗକୁ ଘୃଣା କର ରୋଗୀକୁ ନୁହେଁ। କୌଣସି ପଜିଟିଭ ରୋଗୀ ହେଉ ଅବା ପରିବାରଙ୍କୁ ଘୃଣା ମନୋବୃତ୍ତିରେ ଦେଖନ୍ତୁ ନାହିଁ।

କୋଭିଡ ସଂକ୍ରମଣ ମାନସିକ ରୋଗୀଙ୍କ ପ୍ରତି ବିପଦ ସୃଷ୍ଟି କରିପାରେ

ସବୁ ଜିଲ୍ଲାରେ ମାନସିକ ଚିକିତ୍ସା କରାଯାଉଛି। ମାନସିକ ସ୍ବାସ୍ଥ୍ୟ ଅନୁଷ୍ଠାନରେ 18003457288 ହେଲ୍ପ ନମ୍ଵର ଯୋଗେ ଯୋଗାଯୋଗ କରି 10 ରୁ 5 ପର୍ଯ୍ୟନ୍ତ ମାନସିକ ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ଏହା ଦ୍ବାରା ମାନସିକ ରୋଗୀଙ୍କ ବିଷୟରେ ଯଥା ସମ୍ଭବ ତଥ୍ୟ ପ୍ରଦାନ କରାଯିବା ଆବଶ୍ୟକତା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.