ETV Bharat / city

ପକ୍ଷାଘାତ ରୋଗୀ କୋରୋନା ଆକ୍ରାନ୍ତ ହେଲେ ସତର୍କତା ଜରୁରୀ

କୋରୋନା ସଂକ୍ରମଣ ହୋଇଥିବା ବ୍ୟକ୍ତି ବିଶେଷ କରି ବ୍ରେନ୍ ଷ୍ଟ୍ରୋକ୍, ଏନସେଫାଲାଇଟିସ, ମେନିଞ୍ଜାଇଟିସ୍ ରୋଗରେ ପୀଡିତ ହୋଇଥିଲେ ରୋଗୀଙ୍କୁ ଅଧିକ ସତର୍କତା ଅବଲମ୍ବନ ଜରୁରୀ । ଏଭଳି ରୋଗୀଙ୍କୁ ଡାକ୍ତରଙ୍କ ସହ ଯୋଗାଯୋଗରେ ରହିବାକୁ ପଡିଥାଏ । ଅଧିକ ପଢନ୍ତୁ...

author img

By

Published : Sep 23, 2020, 8:34 PM IST

ପକ୍ଷାଘାତ ରୋଗୀ କୋରୋନା ଆକ୍ରାନ୍ତ ହେଲେ ସତର୍କତା ଜରୁରୀ
ପକ୍ଷାଘାତ ରୋଗୀ କୋରୋନା ଆକ୍ରାନ୍ତ ହେଲେ ସତର୍କତା ଜରୁରୀ

ଭୁବନେଶ୍ବର: କୋରୋନା କାଳରେ ସ୍ବାସ୍ଥ୍ୟ ସମ୍ପର୍କିତ ଗୁରୁତର ରୋଗୀଙ୍କୁ ସତର୍କ କଲେ ରାଜ୍ୟ ସରକାର । କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଲୋକଙ୍କୁ ଏହି ରୋଗ ବିଷୟରେ ବିଭିନ୍ନ ସଚେତନତା କରାଯାଉଛି । ସେହିଭଳି ରାଜ୍ୟ ସରକାରଙ୍କ କୋରୋନା ସମ୍ବନ୍ଧୀୟ ସମ୍ବାଦିକ ସମ୍ମୀଳନୀରେ କୋରୋନା ରୋଗୀମାନଙ୍କୁ ସଚେତନ ହେବାପାଇଁ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେଇଛନ୍ତି ।

କୋରୋନା ସମୟରେ ସ୍ବାସ୍ଥ୍ୟ ସଚେତନତା ନେଇ ସ୍ନାୟୁ ବିଶେଷଜ୍ଞ ଡ. ଅଶୋକ କୁମାର ମଲ୍ଲିକଙ୍କ ପରାମର୍ଶ ଦେଇଛନ୍ତି । କୋରୋନା ସଂକ୍ରମଣ ହୋଇଥିବା ବ୍ୟକ୍ତି ବିଶେଷ କରି ବ୍ରେନ୍ ଷ୍ଟ୍ରୋକ୍, ଏନସେଫାଲାଇଟିସ, ମେନିଞ୍ଜାଇଟିସ୍ ରୋଗରେ ପୀଡିତ ହୋଇଥିଲେ ରୋଗୀଙ୍କୁ ଅଧିକ ସତର୍କତା ଅବଲମ୍ବନ ଜରୁରୀ । ଜଣେ ଆକ୍ରାନ୍ତ କୋରୋନାରୁ ସୁସ୍ଥ ହେବା ପରେ ଅନେକ ଦିନ ପର୍ଯ୍ୟନ୍ତ ଥକାପଣ ଅନୁଭବ କରିଥାନ୍ତି । ଏହା ସହିତ କୋରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ସ୍ବାଦ ଏବଂ ଆଘ୍ରାଣ ଶକ୍ତି ଫେରିବାରେ କିଛି ସମୟ ଲାଗିବ । ତେବେ କୋରୋନା କାଳରେ ମୁଣ୍ଡବିନ୍ଧାର ଏକମାତ୍ର କାରଣ ହେଲା ଅତ୍ୟଧିକ ଚାପଗ୍ରସ୍ତ ହେବା । ତେଣୁ ରୋଗୀଙ୍କୁ ଧର୍ଯ୍ୟ ଧରିବା ସହିତ ଶାନ୍ତ ରହିବାକୁ ପଡିବ ।

ତେବେ ପକ୍ଷାଘାତର ଶିକାର ହୋଇଥିବା ରୋଗୀ କୋରୋନାରେ ଆକ୍ରାନ୍ତ ହେଲେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ତେବେ ଏଭଳି ରୋଗୀଙ୍କୁ ଡାକ୍ତରଙ୍କ ସହ ଯୋଗାଯୋଗରେ ରହିବାକୁ ପଡିବ । ସେମାନେ ହୋମ୍ ଆଇସୋଲେସନରେ ରହିପାରିବେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.