ETV Bharat / city

ନିଜ ବାହାଘରରେ ବାବୁଜୀ ନାଚି ବିବାଦରେ ବିଧାୟକ

author img

By

Published : Jul 3, 2021, 8:42 PM IST

ସରକାରଙ୍କୁ କାଠଗଡ଼ାରେ ଛିଡା କରିଛନ୍ତି ଶାସକ ଦଳର ବିଧାୟକ। ବିଜୁ ଜନତା ଦଳର ଶକ୍ତିଶାଳୀ ବିଧାୟକ ବ୍ୟୋମକେଶ ରାୟ । ନିଜର ବିବାହ ଉତ୍ସବରେ ସମସ୍ତ କୋଭିଡ଼ କଟକଣାକୁ ଦଳିମକଚି ଫୁ କରି ଦେଇଛନ୍ତି । ଅଧିକ ପଢନ୍ତୁ...

Covid19 guideline violation in bjd mla byomokesh rai marriage function
ନିଜ ବିବାହରେ କୋଭିଡ଼ ନିୟମକୁ ଫୁ କରି ଉଡେଇଲେ ବିଜେଡି ବିଧାୟକ

ଭୁବନେଶ୍ବର: କଥାରେ ଅଛି, ରାଜାପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ । ଜଣେ ସାଧାରଣ ଲୋକ କୋଭିଡ଼ ନିୟମ ଉଲଂଘନ କଲେ ତାଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନେଉଛି ପ୍ରଶାସନ। ଯଦି ଜଣେ ବିଧାୟକ ସେ କାର୍ଯ୍ୟ କରୁଛନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ । ରାଜ୍ୟରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆଉ ଏବେ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡା କରିଛନ୍ତି ଖୋଦ ଶାସକ ଦଳର ଜଣେ ଶକ୍ତିଶାଳୀ ବିଧାୟକ ।

ନିଜ ବାହାଘରରେ ବାବୁଜୀ ନାଚି ବିବାଦରେ ବିଧାୟକ

ବ୍ୟୋମକେଶ ରାୟ । ବିଜୁ ଜନତା ଦଳର ଜଣେ ଶକ୍ତିଶାଳୀ ବିଧାୟକ । ଚାନ୍ଦବାଲି ବିଧାୟକ ତଥା ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ରହିଛନ୍ତି ବ୍ୟୋମକେଶ ଓରଫ ବାପି । ଏହା ସହ ବିଜେଡ଼ିର ସାଧାରଣ ସମ୍ପାଦକ ତଥା ଯୁବ ବିଜେଡିର ସଭାପତି ଅଛନ୍ତି ସେ । ଗତକାଲି ବ୍ୟୋମକେଶ ଚିଲିକାରେ ଥିବା ସ୍ବସ୍ଥି ଚିଲିକା ରିସୋର୍ଟରେ ଦ୍ଵିତୀୟ ବିବାହ କରିଛନ୍ତି । ଆଉ ବିବାହ ଉତ୍ସବରେ ସମସ୍ତ କୋଭିଡ଼ କଟକଣାକୁ ଦଳିମକଚି ଫୁ କରି ଦେଇଛନ୍ତି ଏହି ଶକ୍ତିଶାଳୀ ବିଧାୟକ ଜଣକ ।

ସରକାରଙ୍କ କୋଭିଡ଼ ନିୟମ କହୁଛି, ସମୁଦାୟ 25 ଜଣ ପରିବାର ଲୋକଙ୍କ ଉପସ୍ଥିତରେ ବିବାହ କାର୍ଯ୍ୟକୁ ଅନୁମତି ରହିଛି । ମାସ୍କ ପିନ୍ଧିବା ସହ ସାମାଜିକ ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ରହିଛି । କିନ୍ତୁ ତାଙ୍କ ବିବାହ କାର୍ଯ୍ୟରେ ଏହି ସମସ୍ତ ନିୟମକୁ ଉଲଂଘନ କରି ବିବାହ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ବାପି । ନିଜ ବିବାହରେ କୋଭିଡ଼ ନିୟମକୁ ଉଲଂଘନ କରି ସହଯୋଗୀଙ୍କ ସହ ନାଚୁଥିବା ବାପିଙ୍କ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଏହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ସରକାରୀ ଦଳର ଜଣେ ବିଧାୟକ ଯଦି ସରକାରଙ୍କ ଗାଇଡ ଲାଇନ ଭଙ୍ଗ କରୁଛନ୍ତି, ଆଉ ପ୍ରଶାସନ ଚୁପ ହୋଇ ବସୁଛି । ସାଧାରଣ ଲୋକ ସେହି ଅପରାଧ କରୁଛନ୍ତି, ତେବେ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ସୋସିଆଲ ମିଡ଼ିଆରେ ପ୍ରଶ୍ନ ଉଠୁଛି ।

କରୋନା କଟକଣା, ସରକାରୀ ନୀତିନିୟମ ଓ ପ୍ରଶାସନିକ ଆଇନ, ଫାଇନ କଣ କେବଳ ଗରିବ ଓ ସାଧାରଣ ଲୋକ ମାନଙ୍କ ପାଇଁ ବୋଲି ଅନେକ ପ୍ରଶ୍ନ କରିଛନ୍ତି । କରୋନା ନିୟମକୁ ଭାଙ୍ଗି ଯଦି ତହସିଲଦାର ନିଲମ୍ବିତ ହୋଇଛନ୍ତି । ତେବେ ନିଜ ଦଳର ନେତା ଓ ବିଧାୟକ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ କଣ ପଦକ୍ଷପ ନେଉଛନ୍ତି ଦେଖିବାକୁ ବାକି ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.