ETV Bharat / city

ଘୁଞ୍ଚିଲା କୋଭିଡ ଯୋଦ୍ଧା ସ୍ମୃତି ସ୍ମାରକୀ ଉଦଘାଟନ

author img

By

Published : Aug 13, 2021, 7:39 PM IST

Updated : Aug 13, 2021, 9:16 PM IST

ଘୁଞ୍ଚିଲା କୋଭିଡ ଯୋଦ୍ଧାଙ୍କ ସ୍ମୃତି ସ୍ମାରକୀ ଉଦଘାଟନ ତାରିଖ । ଅଗଷ୍ଟ ୧୫ ପରିବର୍ତ୍ତେ ଜାନୁଆରୀ 26ରେ ସ୍ମାରକୀ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନା ଦେଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ଅଧିକ ପଢନ୍ତୁ...

ଘୁଞ୍ଚିଲା କୋଭିଡ ଯୋଦ୍ଧା ସ୍ମୃତି ସ୍ମାରକୀ ଉଦଘାଟନ
ଘୁଞ୍ଚିଲା କୋଭିଡ ଯୋଦ୍ଧା ସ୍ମୃତି ସ୍ମାରକୀ ଉଦଘାଟନ

ଭୁବନେଶ୍ବର: କୋଭିଡ ପ୍ରଥମ ଲହରରେ ୧୦୦ ରୁ ଉର୍ଦ୍ଧ୍ବ ସଂଖ୍ୟାରେ କୋଭିଡ ଯୋଦ୍ଧା ପ୍ରାଣ ହରାଇଥିଲେ । ମହାମାରୀ ବିରୋଧି ଲଢେଇରେ ନିଜ ଜୀବନକୁ ଲୋକଙ୍କ ସେବାରେ ଉତ୍ସର୍ଗ କରିଥିବା ଏହି କୋଭିଡ ଯୋଦ୍ଧାମାନଙ୍କ ପରିବାର ଲାଗି ଆର୍ଥିକ ସହାୟତା ଘୋଷଣା କରିଥିଲେ ରାଜ୍ୟ ସରକାର । ଏଥିସହ ଶହୀଦ ଯୋଦ୍ଧାଙ୍କ ତ୍ୟାଗର ସ୍ମୃତି ରକ୍ଷା ପାଇଁ ଭୁବନେଶ୍ବରରେ ଏକ ସ୍ମାରକୀ ପ୍ରତିଷ୍ଠା କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । ଏଥିରେ ଶହୀଦ ହୋଇଥିବା ସବୁ କୋଭିଡ ଯୋଦ୍ଧାଙ୍କ ନାମ ଲିପିବଦ୍ଧ ହୋଇ ରହିଥାନ୍ତା । ଯାହାକୁ ଅଗଷ୍ଟ ୧୫ ତାରିଖ ଅର୍ଥାତ ସ୍ବାଧିନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥାନ୍ତେ । ହେଲେ ସ୍ବାଧୀନତା ଦିବସ ପରିବର୍ତ୍ତେ ସାଧାରଣତନ୍ତ୍ର ଦିବସରେ ଏହି ସ୍ମାରକୀ ଉଦଘାଟନ ହେବ ବୋଲି ଶୁକ୍ରବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।

ଚଳିତ ବର୍ଷ ଜାନୁଆରୀ ମାସରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ନିଷ୍ପତ୍ତି ଅନୁଯାୟୀ ରାଜଧାନୀ ଭୁବନେଶ୍ବରର ତିନୋଟି ପ୍ରମୁଖ ସ୍ଥାନକୁ ସ୍ମାରକୀ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ସେଥିରେ ପ୍ରଥମେ ଥିଲା ଏଜି-ଛକର ଏକ ପ୍ଲଟ୍ ଯାହାକି ଭୁବନେଶ୍ବର କ୍ଲବର ନିକଟତ୍ତର, ଦ୍ବିତୀୟରେ ରହିଥିଲା ଇନ୍ଦିରା ଗାନ୍ଧୀ ପାର୍କ ନିକଟ ଏବଂ ତୃତୀୟରେ ଥିଲା ବିଜୁ ପଟ୍ଟନାୟକ ପାର୍କ । ଏହି ତିନୋଟି ସ୍ଥାନ ମଧ୍ୟରୁ ବିଜୁ ପଟ୍ଟନାୟକ ପାର୍କରେ ସ୍ମାରକୀ ନିର୍ମାଣ ଲାଗି ସ୍ବୀକୃତି ମିଳିଥିଲା । ପୂର୍ତ୍ତ ବିଭାଗ ଏହି ସ୍ମାରକୀ ନିର୍ମାଣ କାର୍ଯ୍ୟ ଅଗଷ୍ଟ ୧୫ ପୂର୍ବରୁ ଶେଷ କରିବାକୁ ମୁଖ୍ୟଶାସନ ସଚିବ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଥିର ହୋଇଥିଲା । ବୈଠକର ନିଷ୍ପତ୍ତି ଅନୁଯାୟୀ ସ୍ବାସ୍ଥ୍ୟ ବିଭାଗ କେବଳ କୋଭିଡ଼ ଯୋଦ୍ଧାଙ୍କ ତାଲିକା ପ୍ରଦାନ କରିଥାନ୍ତା । ବାକି ନିର୍ମାଣ ଶୈଳୀ କିଭଳି ହେବ ଏବଂ ୬ମାସ ମଧ୍ୟରେ କିପରି କାର୍ଯ୍ୟ ଶେଷ ହେବ ସେ ଦାୟିତ୍ବ ପୂର୍ତ୍ତ ବିଭାଗର ଉପରେ ଦାୟିତ୍ବ ନ୍ୟସ୍ତ କରାଯାଇଥିଲା ।

ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପୂର୍ତ୍ତ ବିଭାଗ ସଚିବଙ୍କୁ ପତ୍ର ଲେଖି ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିଥିଲେ । ପୂର୍ତ୍ତ ବିଭାଗକୁ ଆଞ୍ଚଳିକ ବିଭାଗ ଭାବେ ଘୋଷଣା କରାଯାଇ ଦାୟିତ୍ବ ହସ୍ତାନ୍ତର କରାଗଲା । ଏଥିପାଇଁ ଯାହା ଅର୍ଥ ଖର୍ଚ୍ଚ ହେବ ପୂର୍ତ୍ତ ବିଭାଗ ତା’ର ବଜେଟରେ ବ୍ୟବସ୍ଥା କରିବ । ଆସନ୍ତା ସ୍ବାଧୀନତା ଦିବସ ଅବସରରେ ଏହି ସ୍ମାରକୀ ଉଦଘାଟନ ପାଇଁ କାର୍ଯ୍ୟ ଆଗେଇ ନେବାକୁ ପୂର୍ତ୍ତ ବିଭାଗକୁ ଅନୁରୋଧ କରିଥିଲେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ହେଲେ ସ୍ମାରକୀ ନିର୍ମାଣ ପ୍ରକ୍ରିୟା ଆଉ ଆଗେଇ ପାରିଲା ନାହିଁ ।

ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି ଯେ, କୌଣସି କାରଣରୁ ପୂର୍ତ୍ତବିଭାଗ ସ୍ମାରକୀର ସ୍ମାରକୀ ନିର୍ମାଣ ପ୍ରକ୍ରିୟା ଆଗେଇ ପାରିଲା ନାହିଁ। ତେଣୁ ଏହା ଜାନୁଆରୀ 26 ତାରିଖରେ ଉଦଘାଟନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Aug 13, 2021, 9:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.