ଭୁବନେଶ୍ବର: ରାଜ୍ୟରେ ଟିକାର ଅଭାବକୁ ନେଇ ରାଜ୍ୟରେ ଦିନକୁ ଦିନ ଅନେକ ସ୍ଥାନରେ ଟୀକାକରଣ ବନ୍ଦ ରହିଛି । ତେବେ ଆଜି 10ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିବ । ଦୈନିକ ଭାବରେ ଅନେକ ସ୍ଥାନରେ ଟୀକାକରଣ ଠିକ ଭାବରେ ପରିଚାଳନା ହୋଇପାରୁନାହିଁ । ଏହାଦ୍ବାରା ଅନେକ କେନ୍ଦ୍ରରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି।
ଟିକାର ଅଭାବ ହେତୁ ରାଜ୍ୟରେ ଅନେକ ସ୍ଥାନରେ ଟୀକାକରଣ ହୋଇପାରୁନାହିଁ । ଏନେଇ ଆଜି ରାଜ୍ୟରେ 10ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିଛି । ଜିଲ୍ଲାଗୁଡିକ ହେଲା, ଅନୁଗୁଳ ବାଲେଶ୍ବର, ବରଗଡ, ଜଗତସିଂହପୁର, ଖୋର୍ଦ୍ଧା , କୋରାପୁଟ, ମାଲକାନଗିରି, ନୟାଗଡ, ରାୟଗଡା, ସୋନପୁରରେ । ଏନେଇ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭଗ । ରାଜ୍ୟରେ କୋଭିସିଲ୍ଡ 3 ଲକ୍ଷ 430 ଡୋଜ ରହିଥିବା ବେଳେ କୋଭାକ୍ସିନ 70 ହଜାର ଡୋଜ ରହିଛି । ତେବେ ରାଜ୍ୟରେ ମୋଟ 65 ଲକ୍ଷ 33 ହଜାର 584 ଡୋଜ ଟୀକାକରଣ କରାଯାଇଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ