ETV Bharat / city

ରାଜ୍ୟରେ ଜାନୁଆରୀ 31 ରୁ 3 ଦିନ ଯାଏଁ ବନ୍ଦ ରହିବ ଟୀକାକରଣ

author img

By

Published : Jan 29, 2021, 12:29 PM IST

କୋଭିଡ ଟୀକାକରଣରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ଭଲ କରିଛି । ଗୁରୁବାର ସୁଦ୍ଧା 1 ଲକ୍ଷ 94 ହଜାର 058 ଜଣ ଟିକା ନେଇଥିଲେ । ଆହୁରି 1 ଲକ୍ଷ 44 ହଜାର 642 ଜଣ ଟିକା ନେବାକୁ ବାକି ଅଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ ଜାନୁଆରୀ 31 ରୁ 3 ଦିନ ଯାଏଁ ବନ୍ଦ ରହିବ ଟୀକାକରଣ
ରାଜ୍ୟରେ ଜାନୁଆରୀ 31 ରୁ 3 ଦିନ ଯାଏଁ ବନ୍ଦ ରହିବ ଟୀକାକରଣ

ଭୁବନେଶ୍ବର: କୋଭିଡ ଟୀକାକରଣରେ ଦେଶର ପ୍ରଥମ ସ୍ଥାନରେ ଓଡିଶା ରହିଛି । ଗତ ଗୁରୁବାର ଟିକାକରଣ ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ଟୀକାକରଣରେ ଓଡିଶା ଦ୍ବିତୀୟରେ ଥିବା କହିଥିଲେ । ପ୍ରଥମରେ ଲାକ୍ଷାଦ୍ବୀପ ରହିଥିବା ସୂଚନା ଦେଇଥିଲେ । ହେଲେ ଲାକ୍ଷାଦ୍ବୀପ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବାରୁ ରାଜ୍ୟମାନଙ୍କ ମଧ୍ୟରେ ଓଡିଶା 1ନଂରେ ରହିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ।

ରାଜ୍ୟରେ ଜାନୁଆରୀ 31 ରୁ 3 ଦିନ ବନ୍ଦ ରହିବ ଟୀକାକରଣ

ଗତ ଗୁରୁବାର ସୁଦ୍ଧା 1 ଲକ୍ଷ 94 ହଜାର 058 ଜଣ ଟିକା ନେଇଥିଲେ । ଆହୁରି 1 ଲକ୍ଷ 44 ହଜାର 642 ଜଣ ଟିକା ନେବାକୁ ବାକି ଅଛନ୍ତି । ସେପଟେ ପଲସ ପୋଲିଓ 31 ଜାନୁଆରୀରୁ ଫେବୃୟାରୀ 2 ଯାଏଁ ଜାରି ରହିବ । ତେଣୁ ଏହି ତିନି ଦିନ କୋଭିଡ ଟୀକାକରଣ ବନ୍ଦ ରହିବ । ସେପଟେ ଫେବୃୟାରୀ 10 ସୁଦ୍ଧା ପ୍ରଥମ ଡୋଜର ଟିକା ସମସ୍ୟଙ୍କୁ ଦିଆଯିବ । ବର୍ତ୍ତମାନ ସୁଦ୍ଧା ଟିକା ନେବାର କୌଣସି ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇନି । ଯେଉଁମାନଙ୍କ ଠାରେ ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିଲା ସେମାନେ ସମସ୍ତେ ସୁସ୍ଥ ଅଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.