ETV Bharat / city

380 ସେସନରେ 31902 ଜଣଙ୍କୁ ଟୀକାକରଣ ପାଇଁ ଲକ୍ଷ୍ୟ

ଦ୍ବିତୀୟ ଦିନରେ 380 ସେସନ ମାଧ୍ୟମରେ 31 ହଜାର 902 ଜଣଙ୍କୁ ଟୀକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି ।

author img

By

Published : Jan 18, 2021, 12:52 PM IST

Updated : Jan 18, 2021, 2:22 PM IST

ଚାଲିଛି ଟୀକାଦାନ
ଚାଲିଛି ଟୀକାଦାନ

ଭୁବନେଶ୍ବର: ଗୋଟିଏ ଦିନ ବିରତି ପରେ ଆଜିଠାରୁ ପୁଣି ରାଜ୍ୟରେ ଆରମ୍ଭ ହୋଇଛି କୋଭିଡ ଟୀକାକରଣ କାର୍ଯ୍ୟକ୍ରମ । ଦ୍ବିତୀୟ ଦିନରେ 380 ସେସନ ମାଧ୍ୟମରେ 31 ହଜାର 902 ଜଣଙ୍କୁ ଟୀକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଆଜିଠୁ 25 ତାରିଖ ପର୍ଯ୍ୟନ୍ତ 1,698 ଟି ସେସନରେ 1 ଲକ୍ଷ 78 ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଟୀକାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏପଟେ ଆଜି 24 ଟି କେନ୍ଦ୍ରରେ 3,500 କର୍ମୀଙ୍କୁ ଟୀକାକରଣ ପାଇଁ ଲକ୍ଷ୍ୟ ରହିଛି। ଭୁବନେଶ୍ବରକୁ ଆସିଥିବା କୋଭାକ୍ସିନ ଡୋଜ ଅନୁସାରେ ପ୍ରଥମ ପର୍ଯ୍ୟାୟରେ 9,000 ଲୋକଙ୍କୁ ଟିକା ପ୍ରଦାନ କରାଯିବ।

ଦ୍ବିତୀୟ ଦିନରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ

ଏନେଇ 26 ଟି ସରକାରୀ ଓ ଘରୋଇ ହସ୍ପିଟାଲରେ ଟୀକାଦାନ କେନ୍ଦ୍ର ଚିହ୍ନଟ ହୋଇଛି। ଆଜି 24 ଟି କେନ୍ଦ୍ରରେ ଟୀକାକରଣ ଚାଲିଛି। ଆଗକୁ ବାକି ଦୁଇଟି କେନ୍ଦ୍ରରେ ଟୀକାପ୍ରଦାନ କରାଯିବ। 4 ରୁ 5 ଦିନ ଭିତରେ ଟୀକାକରଣ ଶେଷ କରାଯିବାକୁ ଲକ୍ଷ୍ୟ ଥିବା କହିଛନ୍ତି ବିଏମସି କମିଶନର। ପୂର୍ବରୁ 13 ହଜାର 890 ଲୋକଙ୍କୁ ଟୀକାକରଣ କରାଯାଇଥିଲା । କେଉଁଦିନ କେତେ ସେସନରେ ଟୀକାକରଣ ହେବ ତାହା ମଧ୍ୟ ନିର୍ଦ୍ଧାରଣ ହୋଇସାରିଛି ।

  • 19 ତାରିଖରେ 192 ଟି ସେସନ
  • 20 ତାରିଖରେ 92 ଟି ସେସନ
  • 21 ତାରିଖରେ 436 ଟି ସେସନ
  • 22 ତାରିଖରେ 141 ଟି ସେସନ
  • 23 ତାରିଖରେ 178 ଟି ସେସନ
  • 25 ତାରିଖରେ 279 ଟି ସେସନ

ଅନ୍ୟପଟେ ଯେଉଁମାନେ ଯେଉଁଦିନ ଟିକା ନେଇଛନ୍ତି ତାହାର 28 ଦିନ ପରେ ସେକେଣ୍ଡ ଡୋଜ ନେବେ । ସେଥିପାଇଁ ପର୍ଯ୍ୟାପ୍ତ ଟିକା ରହିଛି। ସେହି ସମୟର ଦୁଇ ଦିନ ପୂର୍ବରୁ ଏସଏମଏସ ଦ୍ବାରା ଜଣାଇ ଦିଆଯିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ବିକାଶ କୁମାର ଦାସଙ୍କ ରିପୋର୍ଟ, ଇଟିଭି ଭାରତ

Last Updated : Jan 18, 2021, 2:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.