ETV Bharat / city

ଉତ୍କଳ ବିଶ୍ଵବିଦ୍ୟାଳୟ ଅଧ୍ୟାପକ ଓ କର୍ମଚାରୀଙ୍କ କୋଭିଡ ଟେଷ୍ଟ ବାଧ୍ୟତାମୂଳକ - ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀ ପାଇଁ କୋରୋନା ଯାଞ୍ଚ

ଜାନୁଆରୀ 11 ତାରିଖରେ ଖୋଲିବ ଉତ୍କଳ ବିଶ୍ବବିଦ୍ୟାଳୟ। ଏଥିପାଇଁ ସମ୍ପୂର୍ଣ୍ଣ କ୍ୟାମ୍ପସକୁ ବିଶୋଧନ କରାଯିବ। ଛାତ୍ରଛାତ୍ରୀ ତଥା ଅଧ୍ୟାପକଙ୍କ ପାଇଁ କୋଭିଡ ପରୀକ୍ଷା ହେଲା ବାଧ୍ୟତାମୂଳକ। ଅଧିକ ପଢ଼ନ୍ତୁ...

covid test is mandatory for utkal university student and professor before entering into class rooms
ଉତ୍କଳ ବିଶ୍ଵବିଦ୍ୟାଳୟ ଅଧ୍ୟାପକ ଓ କର୍ମଚାରୀଙ୍କ କୋଭିଡ ଟେଷ୍ଟ ବାଧ୍ୟତାମୂଳକ
author img

By

Published : Jan 5, 2021, 7:45 PM IST

ଭୁବନେଶ୍ବର: ଉତ୍କଳ ବିଶ୍ଵବିଦ୍ୟାଳୟ ଅଧ୍ୟାପକ ଓ କର୍ମଚାରୀଙ୍କ କୋଭିଡ ପରୀକ୍ଷା ହେଲା ବାଧ୍ୟତାମୂଳକ । ଜାନୁଆରୀ 11 ତାରିଖରେ ଖୋଲିବ ବିଶ୍ବବିଦ୍ୟାଳୟ। ଏହାକୁ ନେଇ ସମସ୍ତ ପ୍ରକାରର ସଚେତନମୂଳକ ପଦକ୍ଷେପ ନିଆଯାଉଛି। ବିଶ୍ବ ବିଦ୍ୟାଳୟକୁ ଆସିବାକୁ ହେଲେ ଅଧ୍ୟାପକ ଓ କର୍ମଚାରୀଙ୍କ ସହ ଛାତ୍ରଛାତ୍ରୀଙ୍କୁ ମଧ୍ୟ କୋରୋନା ଯାଞ୍ଚ ରିପୋର୍ଟ ସାଥିରେ ଆଣିବାକୁ ହେବ। ଏହାକୁ ନେଇ ସୂଚନା ଦେଇଛନ୍ତି ଉତ୍କଳ ବିଶ୍ଵବିଦ୍ୟାଳୟ କୁଳପତି ସବିତା ଆଚାର୍ଯ୍ୟ।

ଉତ୍କଳ ବିଶ୍ବବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଓ ହଷ୍ଟେଲ ଅନ୍ତେବାସୀଙ୍କ ସମେତ ଛାତ୍ରଛାତ୍ରୀଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। 3 ଦିନ ପୂର୍ବେ କରାଯାଇଥିବା କୋରୋନା ଯାଞ୍ଚ ରିପୋର୍ଟ ଦେଖାଇ ବିଶ୍ବବିଦ୍ୟାଳୟ ଶ୍ରେଣୀଗୃହ ତଥା କାର୍ଯ୍ୟାଳୟ ପରିସର ଭିତରେ ପ୍ରବେଶ କରି ପାରିବେ କର୍ମଚାରୀ, ଛାତ୍ରଛାତ୍ରୀ ତଥା ଅନ୍ତେବାସୀ।

ଯେଉଁମାନଙ୍କ ପାଖରେ କୋରୋନା ଯାଞ୍ଚ ରିପୋର୍ଟ ନଥିବ ସେମାନଙ୍କ ପାଇଁ କ୍ୟାମ୍ପସ ଭିତରେ ଏକ କୋଭିଡ ଟେଷ୍ଟ କ୍ୟାମ୍ପ ଖୋଲାଯିବ। ସେଠାରେ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ମାଗଣାରେ କୋରୋନା ଯାଞ୍ଚ କରିବା ପରେ ବିଶ୍ବ ବିଦ୍ୟାଳୟ ପରିସରକୁ ଯାଇପାରିବେ।

ଦୀର୍ଘ 9 ମାସ ପରେ ଉତ୍କଳ ବିଶ୍ବବିଦ୍ୟାଳୟ ଖୋଲିବାକୁ ଯାଉଛି। ଏଥିପାଇଁ ସମ୍ପୂର୍ଣ୍ଣ କ୍ୟାମ୍ପସକୁ ବିଶୋଧନ କରାଯିବ। କୋଭିଡ ନିୟମ ପାଳନ କରାଯାଇ ଶିକ୍ଷାଦାନ କରାଯିବ। ସବୁ ବିଭାଗୀୟ ମୁଖ୍ୟ ଓ ହଷ୍ଟେଲ ସୁପରିଣ୍ଟେଡେଣ୍ଟଙ୍କ ସହ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.