ETV Bharat / city

ମୌସୁମୀ ଅଧିବେଶନ ପାଇଁ ଆରମ୍ଭ ହେଲା କୋଭିଡ ଟେଷ୍ଟ

ଆସନ୍ତା ୧ ତାରିଖରୁ ବସିବ ବିଧାନସଭା ମୌସୁମୀ ଅଧିବେଶନ । ଆଜିଠୁ ଅଧିବେଶନରେ ଉପସ୍ଥିତ ହେବାକୁ ଥିବା ସମସ୍ତ ସଦସ୍ୟଙ୍କ କୋଭିଡ ଟେଷ୍ଟ ଆରମ୍ଭ । ଅଧିକ ପଢନ୍ତୁ...

author img

By

Published : Aug 29, 2021, 2:00 PM IST

ମୌସୁମୀ ଅଧିବେଶନ ପୂର୍ବରୁ ଆରମ୍ଭ ହେଲା କୋଭିଡ ଟେଷ୍ଟ

ଭୁବନେଶ୍ବର: ଆସନ୍ତା ୧ ତାରିଖରୁ ବସିବ ବିଧାନସଭା ମୌସୁମୀ ଅଧିବେଶନ । ଏହା ପୂର୍ବରୁ ବିଧାନସଭାରେ ଆରମ୍ଭ ହେଲା କୋଭିଡ ଟେଷ୍ଟ ସହିତ ଆଣ୍ଟିବଡି ଟେଷ୍ଟ । ଅଧିବେଶନରେ ଉପସ୍ଥିତ ହେବାକୁ ଥିବା ସମସ୍ତ ବିଧାୟକ, ସରକାରୀ ଅଧିକାରୀ, କର୍ମଚାରୀ, ସାମ୍ବାଦିକଙ୍କ କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି ।

ତେଣୁ ଆଜି(ରବିବାର) ଠାରୁ 3 ଦିନିଆ କୋଭିଡ ଓ ଆଣ୍ଟିବଡି ଟେଷ୍ଟ କରାଯାଉଛି ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । କେନ୍ଦ୍ର ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ମାସର କୋଭିଡ ଗାଇଡଲାଇନ ଜାରି କରାଯାଇଛି । ବିଧାନସଭା ଅଧିବେଶନ ପୂର୍ବରୁ କୋରୋନା ଟେଷ୍ଟ ପାଇଁ ଚିଠି କରାଯାଇଥିଲା । ସବୁ ବିଧାନସଭା ସଦସ୍ୟଙ୍କ RTPCR ଓ ଆଣ୍ଟିବଡ଼ି ଟେଷ୍ଟ କରାଯିବ । 29 ରୁ 31 ତାରିଖ ଯାଏଁ 2ଟି ଯାକ ଟେଷ୍ଟ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବା ବାଚସ୍ପତି କହିଛନ୍ତି ।

ଏଥିପାଇଁ ସମସ୍ତ ବିଧାନସଭା ସଦସ୍ୟଙ୍କ RTPCR ଓ ଆଣ୍ଟିବଡ଼ି ଟେଷ୍ଟ କରିବାକୁ ଆରଏମଆରସି ନିର୍ଦ୍ଦେଶିକା, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.