ETV Bharat / city

କୋଭିଡ୍‌ ନିୟମ ଉଲ୍ଲଙ୍ଘନ, କୋଡିଏ ହଜାର ଫାଇନ କାଟିଲା ବିଏମସି

author img

By

Published : Dec 16, 2020, 7:49 AM IST

କୋଭିଡ୍‌ ନିୟମ ଉଲ୍ଲଙ୍ଘନ କରି ଜୋରିମାନା ଗଣିଲା ଖାରବେଳ ନଗରରେ ଥିବା ଏକ ହୋଟେଲ । ଅଧିକ ପଢନ୍ତୁ...

କୋଭିଡ୍‌ ନିୟମ ଉଲଙ୍ଘନ
କୋଭିଡ୍‌ ନିୟମ ଉଲଙ୍ଘନ

ଭୁବନେଶ୍ବର: ମହଙ୍ଗା ପଡିଲା କୋଭିଡ୍‌ ନିୟମ ଉଲ୍ଲଙ୍ଘନ । ନିୟମ ଉଲ୍ଲଙ୍ଘନ କରି ଜୋରିମାନା ଦେଲା ଖାରବେଳ ନଗରରେ ଥିବା ଏକ ହୋଟେଲ । 20,000 ଟଙ୍କାର ଫାଇନ କାଟିଲା ବିଏମସି(ଭୁବନେଶ୍ବର ମହାନଗର ନିଗମ) ।

କୋଭିଡ୍‌ ନିୟମ ଉଲଙ୍ଘନ

ହୋଟେଲରେ ଲୋକମାନେ ସାମାଜିକ ଦୂରତା ମାନୁନଥିବା ଦର୍ଶାଇବା ସହ ହୋଟେଲ ଭିତରେ ଏକ ସାଙ୍ଗରେ ଅନେକ ସଂଖ୍ୟାରେ ଲୋକ ସମାଗମ ନେଇ ବିଏମସି ଜୋରିମାନା ଆଦାୟ କରିଛି । ଖାରବେଳ ନଗରରେ ଥିବା ହୋଟେଲ ପ୍ରିୟାରୁ ଏହି ଜୋରିମାନା ଆଦାୟ କରାଯାଇଛି ।

ସୂଚନାଥାଉକି, ହୋଟେଲରେ କୋଭିଡ୍‌ ପାଇଁ ସରକାର ଅନେକ କଟକଣା କରିଛନ୍ତି । ଏହାକୁ ମାନି ବିଭିନ୍ନ ବ୍ୟବସାୟ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଲୋକମାନେ ଯେପରି ସାମାଜିକ ଦୂରତା ରଖିବେ ସେନେଇ ଧ୍ୟାନ ଦେବାକୁ କୁହାଯାଇଛି । ଯାହା ଏହି ହୋଟେଲରେ ଉଲ୍ଲଙ୍ଘନ ହେଉଥିବା ଦର୍ଶାଇ ହୋଟେଲ କର୍ତ୍ତୃପକ୍ଷଙ୍କ ଠାରୁ ଜୋରିମାନା କଟାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.