ETV Bharat / city

ସ୍ମାର୍ଟସିଟିରେ ବଢିବ କୋରୋନା ସଂକ୍ରମଣ ! - sero servilance report

ଆଣ୍ଟିବଡି ହାର ୫.୨ ଥିବାରୁ ଆଗକୁ କେରୋନା ସଂକ୍ରମଣ ବୃଦ୍ଧି ପାଇପାରେ ବୋଲି ଭୁବନେଶ୍ବର ମହାନଗରନିଗମ ଅଞ୍ଚଳରେ ସେରୋ ସର୍ଭେଲାନ୍ସ ରିପୋର୍ଟ ସ୍ପଷ୍ଟ କରିଛି । ଅଧିକ ପଢନ୍ତୁ...

ସ୍ମାର୍ଟସିଟିରେ ବଢିବ କୋରୋନା ସଂକ୍ରମଣ!
ସ୍ମାର୍ଟସିଟିରେ ବଢିବ କୋରୋନା ସଂକ୍ରମଣ!
author img

By

Published : Sep 4, 2020, 7:46 PM IST

ଭୁବନେଶ୍ବର: ଆସିଲା ସେରୋ ସର୍ଭେଲାନ୍ସ ରିପୋର୍ଟ। ସ୍ମାର୍ଟସିଟି ଭୁବନେଶ୍ବରରେ ଆଗକୁ ବଢିବ କରୋନା ସଂକ୍ରମଣ । ଆଣ୍ଟିବଡି ହାର ୫.୨ ଥିବାରୁ ଆଗକୁ କେରୋନା ସଂକ୍ରମଣ ବୃଦ୍ଧି ପାଇପାରେ ବୋଲି ଭୁବନେଶ୍ବର ମହାନଗରନିଗମ ଅଞ୍ଚଳରେ ସେରୋ ସର୍ଭେଲାନ୍ସ ରିପୋର୍ଟ ସ୍ପଷ୍ଟ କରିଛି । ଶୁକ୍ରବାର ସେରୋ ସର୍ଭେଲାନ୍ସ ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ଫେଜ ରିପୋର୍ଟ ଆଧାରରେ ଏହା ସ୍ପଷ୍ଟ କରିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ।

ସ୍ମାର୍ଟସିଟିରେ ବଢିବ କୋରୋନା ସଂକ୍ରମଣ!

କୋରୋନା ସଂକ୍ରମଣ ରୋକିବାକୁ କଟକ ଓ ଖୋର୍ଦ୍ଧା ଜିଲ୍ଲା ଉପରେ ରହିଛି ସରକାରଙ୍କ ଫୋକସ । ଏପେଟେ କିନ୍ତୁ ଭୁବନେଶ୍ବର ମହାନଗର ନିଗମରେ କୋରୋନା ସଂକ୍ରମଣରେ ଲଗାମ ଲାଗୁନଥିବା ଚିନ୍ତାର କାରଣ ପାଲଟିଛି । ସେରୋ ସର୍ଭେଲାନ୍ସ ରିପୋର୍ଟ ଅତ୍ୟନ୍ତ ନୈରାଶ୍ୟଜନକ ଥିବାରୁ ସଂକ୍ରମଣ ବୃଦ୍ଧି ହେବାର ସମ୍ଭାବନା ରହିଛି।

ଭୁବନେଶ୍ବରେ ଦିନକୁ ଦିନ କରନା ପଜିଟିଭ ହାର ବୃଦ୍ଧି ପାଉଛି । ଏନେଇ ସାଧାରଣ ଲୋକଙ୍କୁ ଘରେ ରହିବା ସହ ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତ୍ବ ରକ୍ଷା କରିବା ଏକାନ୍ତ ଆବଶ୍ୟକ ବୋଲି ଅପିଲ କରିଛନ୍ତି ବିଏମସି କମିଶନର। ଆଣ୍ଟିବଡି ହାର ନୈରାଶ୍ୟଜନକ ଥିବାରୁ ନିୟମ ନ ମାନିଲେ ସଂକ୍ରମଣ ବ୍ୟାପିବାର ଅଧିକ ସମ୍ଭାବନା ଥିବା ବିଏମସି କମିଶନର ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.