ETV Bharat / city

କୋଭିଡ୍ ପରିଚାଳନାରେ ଅବ୍ଯବସ୍ଥା, ସରକାରକୁ ଘେରିଲେ ବିରୋଧୀ

ରାଜ୍ୟରେ କୋଭିଡ଼ ଚିକିତ୍ସାରେ ବ୍ୟାପକ ଅବହେଳା। ରୋଗୀକୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନେବାଠୁ ଚିକିତ୍ସା ଯାଏଁ ପୁଳାପୁଳା ଅଭିଯୋଗ । ଏନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ଉଭୟ ବିଜେପି-କଂଗ୍ରେସ । ଅଧିକ ପଢନ୍ତୁ..

କୋଭିଡ୍ ପରିଚାଳନାରେ ଅବ୍ଯବସ୍ତା, ସରକାରକୁ ଘେରିଲେ ବିରୋଧୀ

author img

By

Published : Sep 16, 2020, 6:39 PM IST

ଭୁବନେଶ୍ବର: ରାଜ୍ୟରେ କୋଭିଡ଼ ଚିକିତ୍ସାରେ ବ୍ୟାପକ ଅବହେଳା। ରୋଗୀକୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନେବାଠୁ ଚିକିତ୍ସା ଯାଏଁ ପୁଳାପୁଳା ଅଭିଯୋଗ । ଲୋକଙ୍କ ଅଭିଯୋଗର ନା ମିଳିପାରୁଛି ଜବାବ ନା ମିଳିପାରୁଛି ଉତ୍ତମ ଚିକିତ୍ସା । ଏପରିକି ଟେଷ୍ଟ କରିବାର ୪ରୁ ୫ ଦିନ ପରେ ଆସୁଛି ପଜିଟିଭ ରିପୋର୍ଟ । ସେପଟେ ରାଜ୍ୟର କୋଭିଡ କେୟାର ସେଣ୍ଟର ଓ ଟିଏମସି ଏବଂ ଆବଶ୍ୟକ ସ୍ଥଳେ କଟକ ଭୁବନେଶ୍ୱରକୁ କୋରୋନା ରୋଗୀଙ୍କୁ ନ ଆଣିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । କୋଭିଡ ପରିଚାଳନା ଅବ୍ୟବସ୍ଥା ଅଭିଯୋଗକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ଏନେଇ କଂଗ୍ରେସ ବିଧାୟକ ତାରାବାହୀନି ପତି କହିଛନ୍ତି ଯେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବି ସରକାର ବନ୍ଦ କରିଦିଅନ୍ତୁ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ବନ୍ଦ କରିବା ଅନୁଚିତ । କୋଭିଡ ପରିଚାଳନାରେ ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ଗୁରୁତର ରୋଗୀ କଟକ ଭୁବନେଶ୍ୱର ଆସୁଛନ୍ତି ଯଦି ନ ଆସିବେ ତେବେ କଣ ମରିବେ କି ବୋଲି ପ୍ରଶ୍ନ କଲେ ତାରା ।

କୋଭିଡ୍ ପରିଚାଳନାରେ ଅବ୍ଯବସ୍ତା, ସରକାରକୁ ଘେରିଲେ ବିରୋଧୀ
ସରକାର କୋଭିଡ୍ କେୟାର ସେଣ୍ଟର ଓ ଟିଏମସି ବନ୍ଦ ନିଷ୍ପତ୍ତି ଓ କଟକ, ଭୁବନେଶ୍ୱରକୁ ନ ଆସିବା ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି । ସରକାର ଉତ୍ତରଦାୟୀ ରହିବା ଉଚିତ । ସମସ୍ତଙ୍କୁ ଚିକିତ୍ସା ଦେବା ଆବଶ୍ୟକ । କହାକୁ ମନା କରିବା ଉଚିତ ନୁହେଁ ବୋଲି କହିଛନ୍ତି ବିଜେପି ନେତା ପ୍ରଦୀପ୍ତ ନାୟକ । ଏତେ ବଡ ମହାମାରୀ ମୁକାବିଲାରେ ପ୍ରଶାସନିକ କଳ ଯେଉଁ ତତ୍ପରତା ଦେଖାଇବା କଥା ତାହା ଦେଖିବାକୁ ମିଳୁ ନଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କୁ ବି ମିଳୁନି ସଠିକ ଚିକିତ୍ସା ।

ଟେଷ୍ଟିଂ ରିପୋର୍ଟ ୪ରୁ ୫ ଦିନ ପରେ ଆସୁଛି । କୋଭିଡ ପରିଚାଳନାରେ ଏଭଳି ପୁଳାପୁଳା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ରୋଗୀକୁ ବେଡ ମିଳୁଛି ନା ଆଇସିୟୁ । ଘରକୁ ଆମ୍ବୁଲାନ୍ସ ଆସୁନଥିବା ଅଭିଯୋଗ ମଧ୍ୟ କରିଛନ୍ତି ବିରୋଧି । ଚିକିତ୍ସା ପାଇବା ପାଇଁ ଛଟପଟ ହେଉଛି ରୋଗୀ । ସେପଟେ ଏହାର ଜବାବ ରଖିଛି ବିଜେଡି, ଅଧିକ ରୋଗୀ କଟକ ଭୁବନେଶ୍ୱର ଆସୁଥିବାରୁ ଏଠାରେ ବେଡ୍ ନାହିଁ । ଫଳରେ ସରକାର ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି । ସରକାର ସବୁ ପ୍ରକାରର ପ୍ରୟାସ ଓ ସୁବିଧା ଯୋଗାଉଛନ୍ତି ବୋଲି କହିଛନ୍ତି ବିଜେଡ଼ି ନେତା।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.