ETV Bharat / city

'ସେପ୍ଟେମ୍ବରରେ ବଢ଼ିପାରେ ସଂକ୍ରମଣ, ଜନ ସମାଗମରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ' - Corona

୩ୟ ଲହରକୁ ନେଇ ଚିନ୍ତାରେ ରାଜ୍ୟବାସୀ । ଆଗକୁ ପାର୍ବଣ ଋତୁ ଥିବାରୁ ପୂଜା, ପାର୍ବଣକୁ ବାଦ୍ ଦେବା ସହିତ ଜନ ସମାଗମ ନ କରିବାକୁ ସଚେତନ କରାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ । ଅଧିକ ପଢନ୍ତୁ...

ସେପ୍ଟେମ୍ବରରେ ବଢ଼ିପାରେ ସଂକ୍ରମଣ, ୩ୟ ଲହରରେ ଶିଶୁଙ୍କ ସଂକ୍ରମଣ ବଢିବା ନେଇ କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

author img

By

Published : Aug 28, 2021, 9:40 PM IST

ଭୁବନେଶ୍ବର: ରାଜ୍ୟରେ ସେପ୍ଟେମ୍ବର ମାସରେ ବଢ଼ିପାରେ ସଂକ୍ରମଣ । ଅନ୍ୟ ରାଜ୍ୟରେ ସଂକ୍ରମଣ ବଢିବା ଆରମ୍ଭ ହେଉଥିବାବେଳେ ଏବେ ଓଡିଶାକୁ ସଚେତନ ରହିବା ଆବଶ୍ୟକ । ନହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଆମେ କେରଳ ପାଖରୁ କିଛି ଶିଖିବା କଥା କୌଣସି ପର୍ବପର୍ବାଣୀରେ ଭିଡ଼ କରିବା ନାହିଁ । ତୄତୀୟ ଲହରର ଭୟ ଥିବାରୁ ଆସନ୍ତା ୩ରୁ ୪ମାସ ଯାଏ ଜନ ସମାଗମକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବା ଉଚିତ ।

ସେପ୍ଟେମ୍ବରରେ ବଢ଼ିପାରେ ସଂକ୍ରମଣ, ୩ୟ ଲହରରେ ଶିଶୁଙ୍କ ସଂକ୍ରମଣ ବଢିବା ନେଇ କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

ତେବେ ରାଜନୈତିକ ଏବଂ ଧାର୍ମିକ ସମାବେଶକୁ ଅନୁମତି ଦିଆଯିବ ନାହିଁ । ନାଇଟ କର୍ଫ୍ୟୁକୁ ଜୋରଦାର କରାଯିବା ଦରକାର । ତା ସହିତ ସାପ୍ତାହିକ ସଟଡାଉନକୁ କୋହଳ କରିବାରେ କୌଣସି ସମସ୍ୟା ନାହିଁ । ସେପଟେ ରାଜ୍ୟରେ ଶିଶୁଙ୍କ ସଂକ୍ରମଣ ବଢିବା ନେଇ ସମ୍ଭାବନା ରହିଛି । ଡେଲଟା ଭାରିଆଣ୍ଟକୁ ନେଇ UASରୁ ଭଲ ଡାଟା ମିଳିଛି ।

ସେମାନେ କହିଛନ୍ତି ପ୍ରଥମେ ୧୦ ପ୍ରତିଶତ ପିଲା ଆକ୍ରାନ୍ତ ହେଉଥିଲେ । ଏବେ ଏହା ୨୪ ପ୍ରତିଶତକୁ ବଢିବାରେ ଲାଗିଛି । ତେବେ ୩ୟ ଲହର ଏତେ ସିଭିୟର ହେବ ନାହିଁ ବେଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ପ୍ରତି ୧୦ ହଜାର ପିଲାଙ୍କ ମଧ୍ୟରୁ ୫ ଜଣଙ୍କ ମୄତ୍ୟୁ ହେବାର ସମ୍ଭାବନା ରହିଛି । ତେବେ ଆମକୁ ଅଧିକ ସତର୍କ ହେବାକୁ ପଡିବ। ଯେଉଁ ପିଲାଙ୍କ ଦେହରେ ବିଭିନ୍ନ ରୋଗ ରହିଛି, ସେ ଯାଗାରେ ମୋଟା ପିଲାଙ୍କ ମୄତ୍ୟୁ ହେବାର ସମ୍ଭାବନା ଅଧିକ ରହିବ । ସେମାନଙ୍କ ପାଇଁ ତାଙ୍କ ଅଭିଭାବକମାନେ ଅଧିକ ସତର୍କ ହେବାକୁ ପଡ଼ିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.