ETV Bharat / city

ଭିମସାର ଓ ଏମକେସିଜିରେ ବି ହେବ କୋଭିଡ-19 ପରୀକ୍ଷା

author img

By

Published : Apr 6, 2020, 9:33 PM IST

SCB, RMRC ଓ AIMS ସହ ଏବେ MKCG ମେଡ଼ିକାଲ ବ୍ରହ୍ମପୁର ଓ ଭିମସାର (VIMSAR) ବୁର୍ଲାରେ ବି ହେବ କୋଭିଡ-19 ପରୀକ୍ଷା । ଅଧିକ ପଢ଼ନ୍ତୁ...

covid-19 testing facilities,  VIMSAR, MKCG, ଭିମସାର, ଏମକେସିଜି, କୋଭିଡ-19 ପରୀକ୍ଷା, bhubaneswar news, ଭୁବନେଶ୍ବର ଖବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭିମସାର ଓ ଏମକେସିଜିରେ ବି ହେବ କୋଭିଡ-19 ପରୀକ୍ଷା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୋରୋନା ସ୍ଥିତିକୁ ନେଇ ବରିଷ୍ଠ ସଚିବଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ବିଶେଷ କରି ସାମ୍ପ୍ରଦୟିକ ସଦଭାବନାକୁ ବଜାୟ ରଖିବା ଉପରେ ଗୁରୁତ୍ବ ଦେବାସହ, ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କାରକ ତତ୍ତ୍ବ ମାନଙ୍କ ପ୍ରତି ଜିରୋ ଟଲରାନ୍ସ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି ।

ରାଜ୍ୟରେ ସାମ୍ପଦାୟିକତାର ସ୍ଥାନ ନାହିଁ । ସମସ୍ତେ ସାମ୍ପ୍ରଦାୟିକ ସଦଭାବ ବଜାୟ ରଖିବାକୁ ନବୀନ ଅନୁରୋଧ କରିଛନ୍ତି । ଏହାସହ ପୋଲିସକୁ କମ୍ୟୁନାଲ ମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି । ଭିଡିଓ କନଫରେନ୍ସିଂରେ ରାଜ୍ୟର ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ନବୀନ। ଅଧିକରୁ ଅଧିକ କୋଭିଡ-19 ପରୀକ୍ଷା କରିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି । ରାଜ୍ୟର SCB, RMRC ଓ AIMSରେ କୋଭିଡ ପରୀକ୍ଷା ହେଉଥିବା ବେଳେ, MKCG ମେଡ଼ିକାଲ ବ୍ରହ୍ମପୁର ଓ ଭିମସାର (VIMSAR) ବୁର୍ଲାରେ ୧୦ ଅପ୍ରେଲ ସୁଦ୍ଧା ପରୀକ୍ଷଣ ସୁବିଧା ଉପଲବ୍ଧ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ଅତ୍ୟାବଶ୍ୟକୀୟ ସାମଗ୍ରୀ କିପରି ପହଞ୍ଚିବ ଓ କିପରି ଯଥାଶୀଘ୍ର ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ ହସ୍ପିଟାଲ ଖୋଲିବ ତା ଉପରେ ଗୁରୁତ୍ବ ଦେଇଛନ୍ତି । ଅପ୍ରେଲ 15 ତାରିଖ ସୁଦ୍ଧା ରାଜ୍ୟର ବିଭିନ୍ନ ହସ୍ପିଟାଲରେ 3000 ଶଯ୍ୟା ବିଶିଷ୍ଟ କୋଭିଡ-19 ହସ୍ପିଟାଲ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.