ETV Bharat / city

କୋଭିଡ ନିୟମ ଅନୁସାରେ ହେବ ମା’ଙ୍କ ପୂଜା, ଭକ୍ତଙ୍କୁ ଦିଆଯିବ ପୂଜା ଶଙ୍ଖା-ସିନ୍ଦୂର

author img

By

Published : Oct 17, 2020, 9:07 PM IST

Updated : Oct 17, 2020, 10:01 PM IST

କୋଭିଡ କଟକଣା ଅନୁସାରେ ଏଥର ହେବ ଦୁର୍ଗାପୂଜା । ଭୁବନେଶ୍ବରର ପ୍ରମୁଖ ପୂଜା ମଣ୍ଡପ ନୟାପଲ୍ଲୀ ପୂଜା ମଣ୍ଡପରେ ମଧ୍ୟ ଏଭଳି ନିରାଡମ୍ବର ଭାବେ ବିନା ଭକ୍ତଙ୍କ ଉପସ୍ଥିତିରେ ହେବ ପୂଜା । ଅଧିକ ପଢନ୍ତୁ..

କୋଭିଡ ନିୟମ ଅନୁସାରେ ହେବ ମା’ଙ୍କ ପୂଜା, ଭକ୍ତଙ୍କୁ ଦିଆଯିବ ପୂଜା ସଙ୍ଖା ସିନ୍ଦୂର

ଭୁବନେଶ୍ବର: ମା’ ଙ୍କର ହେବ ରୀତିନୀତି । ଭକ୍ତଙ୍କୁ ଦିଆଯିବ ମା’ଙ୍କ ପୂଜା ଶଙ୍ଖା-ସିନ୍ଦୂର । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପ୍ରସ୍ତୁତି ହେଉଛି ଦୁର୍ଗାପୂଜା । ତେବେ ରୀତିନୀତି ଅନୁସାରେ ମା’ଙ୍କ ପୂଜାର୍ଚ୍ଚନା ହେବ, କିନ୍ତୁ ଭକ୍ତଙ୍କୁ ଦର୍ଶନ ମନା ହୋଇଛି । ତେବେ ମା’ଙ୍କ ପୂଜା ଶଙ୍ଖା-ସିନ୍ଦୂର ଭକ୍ତଙ୍କୁ ପ୍ରଦାନ ହେବ ।

କୋଭିଡ ନିୟମ ଅନୁସାରେ ହେବ ମା’ଙ୍କ ପୂଜା, ଭକ୍ତଙ୍କୁ ଦିଆଯିବ ପୂଜା ଶଙ୍ଖା-ସିନ୍ଦୂର

ଭୁବନେଶ୍ବରର ଏକ ପ୍ରମୁଖ ପୂଜା ମଣ୍ଡପ ହେଉଛି ନୟାପଲ୍ଲୀ ପୂଜା ମଣ୍ଡପ । ଏହି ପୂଜା ମଣ୍ଡପଟି ଜାତୀୟ ରାଜପଥ ନିକଟରେ ଅବସ୍ଥିତ । ଯେଉଁଠି ସବୁ ବର୍ଷ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଭିଡ ଜମିଥାଏ । ମା’ ଙ୍କ ପୂଜା ସମୟରୁ ଭସାଣୀ ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳେ । କିନ୍ତୁ ଚଳିତ ବର୍ଷ ଏହା ଦେଖିବାକୁ ମିଳିବନି ।

ନୟାପଲ୍ଲୀ ପୂଜା କମିଟିର କର୍ମକର୍ତ୍ତା ସରକାରଙ୍କର କୋଭିଡ ନିୟମ ଅନୁସାରେ ଚଳିତ ବର୍ଷ ପୂଜାର୍ଚ୍ଚନା ବିଧି ଅନୁଯାୟୀ କରାଯାଉଛି । କୋଭିଡ ନିୟମ ମାନି ମା’ ଙ୍କର ବିଧି ଅନୁଯାୟୀ ପୂଜା କରାଯିବା । ଏନେଇ କମିଟିର ସଦସ୍ୟମାନେ ମା’ ଙ୍କ ନିକଟରେ ପୂଜା ହୋଇଥିବା ଶଙ୍ଖା ସିନ୍ଦୂରକୁ ନିଜ ଅଞ୍ଚଳରେ ମାଗଣାରେ ଭକ୍ତଙ୍କୁ ପ୍ରଦାନ କରିବାକୁ ନିଷ୍ପତି ନେଇଛନ୍ତି ।

ତେବେ ଏଥର ଭକ୍ତ ଯେଭଳି ମା’ଙ୍କୁ ଦର୍ଶନ କରିବେ ସେଥିପାଇଁ ବିଶେଷ ବ୍ୟବସ୍ଥା ହୋଇଛି । ଅନଲାଇନ ମାଧ୍ୟମରେ ମା’ ଙ୍କର ପୂଜା ଦେଖିପାରିବେ ଭକ୍ତ ।

ତେବେ ଚଳିତ ବର୍ଷ ମଣ୍ଡପ ଆଲୋକ ଓ କାରିଗରୀରେ ପ୍ରସ୍ତୁତ ହେବ ନାହିଁ । 4 ଫୁଟ ଉଚ୍ଚର ମୂର୍ତ୍ତି ପୂଜା ପାଇବେ । ହେଲେ କୋରୋନା ପାଇଁ ମୀନାବଜାର, ରାବଣପୋଡି କାଳ୍ପନିକ ତୋରଣ ଓ ଭକ୍ତଙ୍କର ମଣ୍ଡପ ବୁଲାବୁଲି ସବୁ ଫିକା ପଡିଛି । ନୟାପଲ୍ଲୀ ପୂଜା କମିଟିର ସଭାପତି ପବିତ୍ର ବେହରା କହିଛନ୍ତି ଯେ ଘରେ ରହି ମା’ ଙ୍କୁ ଆରାଧନା କରନ୍ତୁ । ମା’ ଙ୍କ ନିକଟରେ ପ୍ରାର୍ଥନା କରିବୁ ଏ ମହାମାରୀ ବିପତ୍ତିରୁ ସମସ୍ତଙ୍କୁ ଉଦ୍ଧାର କରନ୍ତୁ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Oct 17, 2020, 10:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.