ETV Bharat / city

ଉପନିର୍ବାଚନ ଫଳାଫଳ: ଆସନ୍ତାକାଲି ସକାଳ 8ଟାରୁ ଭୋଟ ଗଣତି

ଆସନ୍ତାକାଲି ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନର ହେବ ଭୋଟ ଗଣତି । ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ ଯୋଗେ ଏନେଇ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Nov 9, 2020, 2:25 PM IST

Updated : Nov 9, 2020, 7:15 PM IST

ଆସନ୍ତାକାଲି ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନର ହେବ ଭୋଟ ଗଣତି

ଭୁବନେଶ୍ବର: ଆସନ୍ତାକାଲି (ମଙ୍ଗଳବାର) ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନର ହେବ ଭୋଟ ଗଣତି । ଏଥିପାଇଁ ପ୍ରସ୍ତୁତ ରହିଛି ଜିଲ୍ଲା ପ୍ରଶାସନ । ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ ଯୋଗେ ଏନେଇ ସୂଚନା ଦେଇଛନ୍ତି ।

ବାଲେଶ୍ବରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଏସଭିଏମ କଲେଜରେ ତିର୍ତ୍ତୋଲର ଭୋଟ ଗଣତି ହେବ । କୋଭିଡ ନିୟମ ଅନୁସାରେ ଭୋଟ ଗଣତି ହେବ । ଗୋଟିଏ ରୁମରେ 14 ଟେବୁଲ ବଦଳରେ 7 ଟେବୁଲ, 3ଟି କାଉଣ୍ଟିଂ ହଲ ରହିଛି । 67 ଆରଓ ଓ ଏଆରଓ । ବାଲେଶ୍ଵର ପାଇଁ 3ଟି ଏଆରଓ ଓ ତିର୍ତ୍ତୋଲ ପାଇଁ 2ଟି ଏଆରଓ ରହିଛି । ପ୍ରଥମେ ପୋଷ୍ଟାଲ ବାଲାଟରେ ଗଣତି ହେବ ଏବଂ ସାଢେ 8ଟାରୁ ଇଭିଏମ ଗଣନା ଆରମ୍ଭ ହେବ । ସାମାଜିକ ଦୂରତା, ମାସ୍କ, ଫେସ ସିଲଡ଼, ସାନିଟାଇଜର, ୱାୟାରଲେସ ବ୍ୟାରିକେଡ, ଟ୍ରାନ୍ସପାରେଣ୍ଟ ପଲିଥିନ ସିଟ୍ ରହିବ । ଫଳାଫଳ ବାହାରିବା ପାଇଁ କ୍ୟାମେରା ଓ ଟିଭି ରଖାଯାଇଛି।

ଉପନିର୍ବାଚନ ଫଳାଫଳ: ଆସନ୍ତାକାଲି ସକାଳ 8ଟାରୁ ଭୋଟ ଗଣତି

ସେହିପରି ଏସବୁ ସରିବା ପରେ 5ଟି ଭିଭିପାଟ୍ ଗଣନା ହେବ । ଇସିଆଇ ୱେବସାଇଟରେ ଫଳାଫଳ ପ୍ରତି ରାଉଣ୍ଡରେ ଆସିବ । ଗଣମାଧ୍ୟମକୁ ଛୋଟ ଛୋଟ ଗ୍ରୁପରେ ସୁଟିଂ ପାଇଁ ଅନୁମତି ଦିଆଯିବ । ଏଥିସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ପ୍ରତି ରାଉଣ୍ଡ ଅନୁସାରେ ରେଜଲ୍ଟ ଜଣାପଡିବ । ସ୍ଥାନୀୟ ପୋଲିସ ଓ ସିଏପିଏଫ ଗଣତି କେନ୍ଦ୍ରରେ ଉପସ୍ଥିତ ରହିବେ ।

ପ୍ରକାଶ ଯେ, ଗତ 3 ତାରିଖରେ ବାଲେଶ୍ବର ଏବଂ ତିର୍ତ୍ତୋଲରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Nov 9, 2020, 7:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.