ETV Bharat / city

+2 ପ୍ରାକ୍ଟିକାଲ ମୂଲ୍ୟାୟନ ସ୍ଵଚ୍ଛତା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କଡା ନିର୍ଦ୍ଦେଶ - ମୂଲ୍ୟାୟନ ସ୍ଵଛତା

ମାଟ୍ରିକ ମୂଲ୍ୟାୟନ ବିବାଦକୁ ନେଇ ଏବେ +2 ପ୍ରାକ୍ଟିକାଲ ମୂଲ୍ୟାୟନ ଚିନ୍ତା ବଢ଼ିଛି । ପ୍ରାକ୍ଟିକାଲ ମୂଲ୍ୟାୟନରେ ସ୍ବଚ୍ଛତା ଅବଲମ୍ବନ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କଡା ନିର୍ଦ୍ଦେଶ । ଅଧିକ ପଢନ୍ତୁ...

+2 ପ୍ରାକ୍ଟିକାଲ ମୂଲ୍ୟାୟନ ସ୍ଵଛତା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦର କଡା ନିର୍ଦ୍ଦେଶ

author img

By

Published : Jul 10, 2021, 8:47 AM IST

Updated : Jul 10, 2021, 12:07 PM IST

ଭୁବନେଶ୍ବର: ଚଳିତ ବର୍ଷ ମାଟ୍ରିକ ମୂଲ୍ୟାୟନକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଅସନ୍ତୋଷ ପ୍ରକାଶ ପାଇଥିଲା । ମୂଲ୍ୟାୟନକୁ ନେଇ ଅନେକ ମେଧାବୀ ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେଣୁ +2 ପ୍ରାକ୍ଟିକାଲ ଫଳାଫଳରେ ସ୍ବଚ୍ଛତା ଅବଲମ୍ବନ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ କଡା ନିର୍ଦ୍ଦେଶ ଦେଇଛନ୍ତି ।

ଚଳିତ ବର୍ଷର ପିଲାଙ୍କ ପ୍ରାକ୍ଟିକାଲ୍‍ ମୂଲ୍ୟାୟନ ରେକର୍ଡ ସହ ଗତ 3 ବର୍ଷର କଲେଜ ରେକର୍ଡକୁ ମଧ୍ୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାକ୍ଟିକାଲରେ ପିଲା ରଖିଥିବା ମାର୍କର ପ୍ରତିଶତ ଅନୁଯାୟୀ ବିଭକ୍ତ କରାଯାଇ ଛାତ୍ରଛାତ୍ରୀଙ୍କ ହାରାହାରି ତାଲିକା ପ୍ରସ୍ତୁତ କରାଯିବ । ଏଥିରେ କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ହେଲେ, ସମ୍ପୃକ୍ତ କଲେଜଗୁଡ଼ିକୁ କାରଣ ଦର୍ଶାଅ ନୋଟିସ୍‍ ଜାରି କରାଯିବା ସହ ଘରୋଇ କଲେଜ କ୍ଷେତ୍ରରେ ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ କଡା ଚେତାବନୀ ଦେଇଛି ।

ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରାକ୍ଟିକାଲ ମୂଲ୍ୟାୟନ ପ୍ରକ୍ରିୟା କଲେଜ ଅଧ୍ୟକ୍ଷଙ୍କ ତତ୍ତ୍ବାବଧାନରେ ତ୍ବରାନ୍ବିତ ହେବ । ତେବେ ଟାବୁଲେସନ୍‍ ପ୍ରକ୍ରିୟା ସମୟରେ 2018, 2019 ଓ 2020 ଶିକ୍ଷାବର୍ଷର ଶିକ୍ଷାନୁଷ୍ଠାନ ରେଜଲ୍ଟ ହାରାହାରିକୁ ଭିତ୍ତିକରି ମାର୍କ ପ୍ରଦାନ କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ନିୟନ୍ତ୍ରକ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jul 10, 2021, 12:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.