ETV Bharat / city

ଜଙ୍ଗଲ ନିଆଁ ଲିଭାଇବା ପାଇଁ 10 ବର୍ଷରେ ଖର୍ଚ୍ଚ ହୋଇଛି 184 କୋଟି

ଜଙ୍ଗଲରୁ ନିଆଁ ଲିଭାଇବା ପାଇଁ 10 ବର୍ଷରେ 184 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ଗୃହରେ ଜଙ୍ଗଲ ମନ୍ତ୍ରୀଙ୍କ ଉତ୍ତର। ଅଧିକ ପଢନ୍ତୁ...

author img

By

Published : Mar 24, 2021, 6:52 PM IST

ଜଙ୍ଗଲ ନିଆଁ ଲିଭାଇବା ପାଇଁ 10 ବର୍ଷରେ 184 କୋଟି ଟଙ୍କା ଖର୍ଚ୍ଚ
ଜଙ୍ଗଲ ନିଆଁ ଲିଭାଇବା ପାଇଁ 10 ବର୍ଷରେ 184 କୋଟି ଟଙ୍କା ଖର୍ଚ୍ଚ ଜଙ୍ଗଲ ନିଆଁ ଲିଭାଇବା ପାଇଁ 10 ବର୍ଷରେ 184 କୋଟି ଟଙ୍କା ଖର୍ଚ୍ଚ

ଭୁବନେଶ୍ବର: ଜଙ୍ଗଲରୁ ନିଆଁ ଲିଭାଇବା ପାଇଁ ରାଜ୍ୟ ସରକାର ଗତ 10 ବର୍ଷରେ 184 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ରାଜ୍ୟ ବଜେଟ ଓ କାମ୍ପା ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ କରାଯାଇଛି । ଏଥିସହିତ ଗତ 5 ବର୍ଷରେ ଲକ୍ଷରୁ ଅଧିକ ଜଙ୍ଗଲ ନିଆଁ ଘଟଣା ନଜରକୁ ଆସିଛି । ଫେବୃଆରୀ 2021 ଠାରୁ ମାର୍ଚ୍ଚ 15 ପର୍ଯ୍ୟନ୍ତ 23 ହଜାର 473 ଜଙ୍ଗଲ ନିଆଁ ଘଟଣା ଘଟିଛି ଯାହାକି 15 ହଜାର 992 ହେକ୍ଟର ଜଙ୍ଗଲକୁ ପ୍ରଭାବିତ କରିଛି ବୋଲି ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ।

ରାଜ୍ୟ ବଜେଟ ଓ କାମ୍ପା ପାଣ୍ଠିରୁ ଏହି ଅର୍ଥ ବରାଦ କରାଯାଇଛି । ଏଥିସହିତ ଗତ 5 ବର୍ଷରେ ଲକ୍ଷ ରୁ ଅଧିକ ଜଙ୍ଗଲ ନିଆଁ ଘଟଣା ନଜରକୁ ଆସିଥିବା ବେଳେ ଫେବ୍ରୁଆରୀ 2021 ଠାରୁ ମାର୍ଚ୍ଚ 15 ପର୍ଯ୍ୟନ୍ତ 23 ହଜାର 473 ଜଙ୍ଗଲ ନିଆଁ ଘଟଣା ଘଟିଛି ଯାହାକି 159.93 ବର୍ଗ କିଲୋମିଟର ଜଙ୍ଗଲ ପ୍ରଭାବିତ ହୋଇଛି । ଏଥିସହିତ ରାଜ୍ୟର ମୋଟ 19 ଟି ଅଭୟାରଣ୍ୟରେ ଜାନୁଆରୀରୁ ମାର୍ଚ୍ଚ 14 ପର୍ଯ୍ୟନ୍ତ 3824 ଟି ସ୍ଥାନରେ ନିଅଁ ଲାଗିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଜଙ୍ଗଲରେ ନିଅଁ ନ ଲାଗିବା ଏବଂ ଲିଭାଇବା ପାଇଁ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ସରକାର ଉତ୍ତର ରଖିଛନ୍ତି । ବନାଗ୍ନି ପ୍ରତିରୋଧକ ରେଖା ସୃଷ୍ଟି , ରକ୍ଷଣାବେକ୍ଷଣ, ବନ ସୁରକ୍ଷା ସମିତି, ପ୍ରଚାର ଓ ପ୍ରୋତ୍ସାହନ ବ୍ୟବସ୍ଥା ଆଦି ଗ୍ରହଣ କରାଯାଇଛି । ଏପରିକି ଏଥର ନଭେମ୍ବର 2020 ଠାରୁ ଚଳିତ ମାସ ପର୍ଯ୍ୟନ୍ତ ଜଙ୍ଗଲରେ ଆର୍ଦ୍ରତା ହ୍ରାସ ପାଇବା ସହ ତାପମାତ୍ରା ବଢିବା ଅଧିକ ବନାଗ୍ନିର ମୁଖ୍ୟ କାରଣ ବୋଲି କୁହାଯାଇଛି। ବନାଗ୍ନି ମୁଖ୍ୟତଃ ମନୁଷ୍ୟକୃତ ହୋଇଥିବାରୁ ରାଜ୍ୟ ବନ ବିଭଗ ଦ୍ବାରା ଚିହ୍ନଟ ହୋଇଥିବା 26 ହଜାର 500 ଜଙ୍ଗଲ ପାଖ ଗାଁକୁ ବନାଗ୍ନି ପ୍ରତିହତ ପାଇଁ ପ୍ରୋତ୍ସାହନ ଯୋଗାଇବାକୁ ସରକାର ଲକ୍ଷ ରଖିଥିବା ମନ୍ତ୍ରୀ ଗୃହରେ ବିବୃତ୍ତି ରଖିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.