ETV Bharat / city

ରାଜ୍ୟର ବିକାଶ ଓ ପ୍ରଗତି ପଥରେ ଦୁର୍ନୀତି ବଡ଼ ପ୍ରତିବନ୍ଧକ: ମୁଖ୍ୟମନ୍ତ୍ରୀ - cm naveen pattnaik

ଚାଲିଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ । ଦୁର୍ନୀତି ନିବାରଣ ଅଭିଯାନରେ ଉତ୍ସର୍ଗୀକୃତ ଭାବେ ସାମିଲ ହୋଇ ଉତ୍ତମ ସମାଜ ଗଠନ ପାଇଁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ରାଜ୍ୟର ବିକାଶ ଓ ପ୍ରଗତି ପଥରେ ଦୁର୍ନୀତି ବଡ଼ ପ୍ରତିବନ୍ଧକ: ମୁଖ୍ୟମନ୍ତ୍ରୀ

author img

By

Published : Oct 26, 2021, 9:11 PM IST

ଭୁବନେଶ୍ବର: ଆରମ୍ଭ ହୋଇଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ । ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ରାଜ୍ୟବାସୀଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ନୀତି ନିବାରଣ ଅଭିଯାନରେ ସଂକଳ୍ପବଦ୍ଧ ଓ ଉତ୍ସର୍ଗୀକୃତ ଭାବେ ସାମିଲ ହୋଇ ଉତ୍ତମ ସମାଜ ଗଠନରେ ସହାୟକ ହେବାକୁ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅକ୍ଟୋବର ୨୬ରୁ ନଭେମ୍ବର ପହିଲା ଯାଏଁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହେବ । ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ, ବିକାଶ ଓ ପ୍ରଗତି ପଥରେ ଦୁର୍ନୀତି ପ୍ରମୁଖ ଅନ୍ତରାୟ ସାଜିଛି । ବିକାଶ ଓ ଜନକଲ୍ୟାଣମୂଳକ କାର୍ଯ୍ୟର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବା ଦିଗରେ ଦୁର୍ନୀତି ବଡ଼ ପ୍ରତିବନ୍ଧକ । ଦୁର୍ନୀତି ମଧ୍ୟ ସୁଶାସନ, ସାମାଜିକ ସଂହତି ତଥା ବ୍ୟକ୍ତି ମର୍ଯ୍ୟାଦା ଓ ଅଧିକାରର ପରିପନ୍ଥୀ । ରାଜ୍ୟ ସରକାର ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ଏହା ସହ ସ୍ୱଚ୍ଛତା ଏବଂ ଶୂନ୍ୟ ସହିଷ୍ଣୁତା ଉପରେ ପ୍ରାଧାନ୍ୟ ଦେଇ ଆସୁଛନ୍ତି ।

ଦୁର୍ନୀତି ବିରୋଧରେ ସଂଗ୍ରାମର ସଫଳତା ପାଇଁ ଶିକ୍ଷା ଓ ଜନ ସଚେତନତା ତଥା ଗୋଷ୍ଠୀଗତ ସହଯୋଗ ଅତ୍ୟନ୍ତ ଆବଶ୍ୟକ । ଦୁର୍ନୀତି ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଦୁର୍ନୀତିମୁକ୍ତ ସମାଜ ଗଠନ ସହ ରାଜ୍ୟବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସମାଜର ସବୁବର୍ଗର ଆକୁଣ୍ଠ ସମର୍ଥନ, ସହଯୋଗ ଓ ସହଭାଗିତା ମଧ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.