ETV Bharat / city

ଆବାସ ଯୋଜନାର ଦୁର୍ନୀତି; ପ୍ରମାଣ ଦେଲା ବିଜେପି - corruption in awas yojana

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିର ପ୍ରମାଣ ଦେଲା ବିଜେପି । ଆଜି(ରବିବାର) ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା କହିଛି ଦଳ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 13, 2019, 1:52 PM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିର ପ୍ରମାଣ ଦେଲା ବିଜେପି । ମାହାଙ୍ଗା ନିର୍ବାଚନମଣ୍ଡଳୀରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କଲା ଦଳ । ପୂର୍ବରୁ ବିଜେପିର ଅଭିଯୋଗକୁ ନେଇ ପ୍ରମାଣ ମାଗିଥିଲେ ମନ୍ତ୍ରୀ ପ୍ରତାପ ଜେନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଜି(ରବିବାର) ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା କହିଛି ଦଳ । ଏହି ଅବସରରେ ବିଜେପି ନେତା ଶାରଦା ପ୍ରଧାନ କହିଛନ୍ତି,‘ତାଙ୍କ ପାଖରେ 5000ରୁ ଅଧିକ ଦୁର୍ନୀତି ଘଟଣାରେ ପ୍ରମାଣ ରହିଛି ।’ ଏହା ସହ ନୃତାଙ୍ଗ ପଞ୍ଚାୟତର 4 ଜଣ ଧନୀ ଲୋକ ପ୍ରଧାନମନ୍ତ୍ରୀ ଆବାସ ପାଇଥିବା ମଧ୍ୟ ସେ କହିଛନ୍ତି । 4 ଜଣଙ୍କ ଭିତରୁ କଟକ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ତ୍ରିଲୋଚନ ସ୍ବାଇଁଙ୍କ ସହ ବାକି 3 ଜଣ ବି ବିଜେଡି ନେତା ବୋଲି ସେ କହିଛନ୍ତି।

ସେହି ଗାଁର 5 ଜଣ ଗରିବ ଲୋକଙ୍କ ତଥ୍ୟ ଦେଇ ଗରିବଙ୍କୁ ଆବାସ ମିଳୁ ନ ଥିବା ବେଳେ ଧନୀଙ୍କୁ ମିଳୁଥିବା ବିଜେପି କହିଛି । ଏହା ସହ ଗୋଟିଏ ପରିବାରର ବାପ-ପୁଅଙ୍କୁ ଘର ମିଳିଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ଭେଟିବାକୁ ସୁଯୋଗ ଦେଲେ ସମସ୍ତ ପ୍ରମାଣ ଦାଖଲ କରାଯିବ ବୋଲି କହିଛି ଦଳ। ତେବେ ପଞ୍ଚାୟତରାଜ ମନ୍ତ୍ରୀଙ୍କ ପୁଷ୍ଠପୋଷକତାରେ ଏସବୁ ହେଉଥିବାରୁ ତାଙ୍କର ଇସ୍ତଫା ମଧ୍ୟ ଦାବି କରିଛି ଦଳ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିର ପ୍ରମାଣ ଦେଲା ବିଜେପି । ପୂର୍ବରୁ ବିଜେପିର ଅଭିଯୋଗକୁ ନେଇ ପ୍ରମାଣ ମାଗିଥିଲେ ମନ୍ତ୍ରୀ ପ୍ରତାପ ଜେନା । ମାହାଙ୍ଗା ନିର୍ବାଚନମଣ୍ଡଳୀରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ । ୫୦୦୦ରୁ ଅଧିକ ଦୁର୍ନୀତି ଘଟଣାରେ ପ୍ରମାଣ ଥିବା ଦାବି କଲେ ବିଜେପି ନେତା ଶାରଦା ପ୍ରଧାନ । ନୃତାଙ୍ଗ ପଞ୍ଚାୟତ ର ୪ ଜଣ ଧନୀ ଲୋକ ପ୍ରଧାନମନ୍ତ୍ରୀ ଆବାସ ପାଇଥିବା ତଥ୍ୟ ଦେଲା ବିଜେପି। ୪ ଜଣଙ୍କ ଭିତରୁ କଟକ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ତ୍ରିଲୋଚନ ସ୍ୱ।ଇଁ ବି ଅଛନ୍ତି। ବାକି ୩ ବି ବିଜେଡ଼ି ନେତା। ସେଇ ଗାଁ ର ୫ ଜଣ ଗରିବ ଲୋକଙ୍କ ତଥ୍ୟ ଦେଲା ବିଜେପି। ଗରିବଙ୍କୁ ଆବାସ ମିଳୁ ନ ଥିବା ବେଳେ ଧନୀ ଙ୍କୁ ମିଳୁଛି। ସରକାରୀ ତଦନ୍ତ ରିପୋର୍ଟ ଦେଖାଇ ପ୍ରମାଣ ଦେଲେ , ଗୋଟିଏ ପରିବାରର ବାପ - ପୁଅଙ୍କୁ ମିଳିଛି ଘର। ମୁଖ୍ୟମନ୍ତ୍ରୀ ଭେଟିବାକୁ ସୁଯୋଗ ଦେଲେ ସମସ୍ତ ପ୍ରମାଣ ଦାଖଲ କରାଯିବ । ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପୃଷ୍ଠପୋଷକତାରେ ମାହାଙ୍ଗା ଅଞ୍ଚଳରେ ଚାଲିଛି ବ୍ୟାପକ ଦୁର୍ନୀତି । ମୁଖ୍ୟମନ୍ତ୍ରୀ ତୁରନ୍ତ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ବହିଷ୍କାର କରନ୍ତୁ । Body:ଶାରଦା ପ୍ରଧାନ, ବିଜେପି ନେତାConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.