ଭୁବନେଶ୍ବର: ଶପଥ ଗ୍ରହଣ ପୂର୍ବରୁ ବିଦ୍ରୋହୀ କର୍ପୋରେଟରଙ୍କ ଧାରଣା । ପ୍ରତିଶ୍ରୁତି ଦେଇଥିଲେ ଦଳ ନୁହେଁ ୱାର୍ଡର ବିକାଶକୁ ଯିଏ ଆଗକୁ ନେବ ତାଙ୍କୁ ଭୋଟ ଦିଅନ୍ତୁ । ଆଉ ତାଙ୍କର ଏହି ପ୍ରତିଶ୍ରୁତିକୁ ଭୋଟ ମାଧ୍ୟମରେ ୱାର୍ଡବାସୀ ପ୍ରତିଫଳନ କରିଥିବାରୁ ବା ବିଶ୍ୱାସ ରଖିଥିବାରୁ ୩୭ ୱାର୍ଡର କର୍ପୋରେଟର ନିଜର କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି ।
ଆଉ ଜିତିବାର ୪ ଦିନ ପରେ ୱାର୍ଡର ମରଣଯନ୍ତା ପାଲଟିଥିବା ରାସ୍ତାର ମରାମତିକୁ ନେଇ ଧାରଣାରେ ବସିଛନ୍ତି। ସମର୍ଥନଙ୍କ ସହ ଅନିଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଥିବା ବେଳେ ସାଧାରଣ ୱାର୍ଡବାସୀ ମଧ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି । ତେଣୁ ଯେ ପର୍ଯ୍ୟନ୍ତ ବିଏମସି କିମ୍ବା ସରକାର ନୟପାଲୀର ଏହି ୱାର୍ଡର ରାସ୍ତାର ସମସ୍ୟା ବୁଝି ରାସ୍ତା ନିର୍ମାଣର କାର୍ଯ୍ୟଧାରା ଆରମ୍ଭ କରିନାହାନ୍ତି ସେ ଯାଏ କର୍ପୋରେଟର ଧାରଣାରେ ବସି ରହିବେ ବୋଲି କହିଛନ୍ତି।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ