ETV Bharat / city

କୋରୋନା କାଳେ ଶବବାହକଙ୍କୁ ସମ୍ମାନିତ କଲା ବିଏମସି - Corona warriors felicitated in bhubaneswar

ଭୁବନେଶ୍ଵରର ସତ୍ୟନଗର ଶ୍ମଶାନ ଠାରେ କୋରୋନା ରୋଗୀଙ୍କ ମୃତଦେହ ସତ୍କାର କରୁଥିବା ୨୦ଜଣ ବ୍ୟକ୍ତି ସମସ୍ତଙ୍କୁ ମାନବିକତାର ନୂତନ ରୂପ ଦେଖାଇଛନ୍ତି । ଆଉ ଏହି ସମସ୍ତ କୋରୋନା ଯୋଦ୍ଧାଙ୍କୁ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଦେବଦୂତଙ୍କୁ ସମ୍ମାନ
ଦେବଦୂତଙ୍କୁ ସମ୍ମାନ
author img

By

Published : Aug 12, 2020, 9:28 PM IST

ଭୁବନେଶ୍ବର: ଶ୍ମଶାନରେ କାମ କରୁଥିବା କୋରୋନା ଯୋଦ୍ଧାଙ୍କୁ ସମ୍ମାନ । ସାରା ରାଜ୍ୟରେ କୋରୋନା ମହାମାରୀ ଉଗ୍ର ରୂପ ଧାରଣ କରି ମାଡି ଚାଲିଛି । କୋରୋନାର ଭୟାବହତାରେ ଆଜି ସମାଜରେ ଅନେକ ଅମାନବିକ ପରିସ୍ଥିତି ସୃଷ୍ଟି ହୋଇଛି । ଭୁବନେଶ୍ଵରର ସତ୍ୟନଗର ଶ୍ମଶାନ ଠାରେ କୋରୋନା ରୋଗୀଙ୍କ ମୃତଦେହ ସତ୍କାର କରୁଥିବା ୨୦ଜଣ ବ୍ୟକ୍ତି ସମସ୍ତଙ୍କୁ ମାନବିକତାର ନୂତନ ରୂପ ଦେଖାଇଛନ୍ତି । ଭୁବନେଶ୍ୱରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି ।

ଦେବଦୂତଙ୍କୁ ସମ୍ମାନ
ଦେବଦୂତଙ୍କୁ ସମ୍ମାନ

ପ୍ରଥମ ଦିନରୁ ଅବହେଳିତ ଭାବେ କାମ କରିଆସୁଥିବା ଦେବଦୂତ ରୂପକ ଏହି କୋରୋନା ଯୋଦ୍ଧା ମାନଙ୍କୁ, ବିଏମସି କର୍ମଚାରୀ ଏବଂ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଜୟ ଓଡ଼ିଶାର କର୍ମଚାରୀ ମାନେ ମାସ୍କ୍, ଗ୍ଲୋଭଶ୍, ସାନିଟାଇଜର୍, ଟି ସାର୍ଟ ଦେଇ ସମ୍ମାନିତ କରିବା ସହ ସେମାନଙ୍କ ଏହି ମହତ୍ କାର୍ଯ୍ୟକୁ ଉତ୍ସାହିତ କରିଛନ୍ତି ।

ଆଜିକା ଦିନରେ କୋରୋନା ସଂକ୍ରମଣ ଭୟରେ ସାଧାରଣ ଲୋକ କାହାକୁ ସାହାଯ୍ୟର ହାତ ବଢ଼ାଇବାକୁ ଡରୁଥିବା ବେଳେ ଏମାନେ କୋରୋନା ରୋଗୀଙ୍କୁ ନିଜ ପରିବାରର ସଦସ୍ୟ ଭଳି ସତ୍କାର କରିଆସୁଛନ୍ତି । ଏଯାବତ୍ ପାଖାପାଖି ୨୫୦ ଟି କୋରୋନା ରୋଗୀଙ୍କ ମରଶରୀର ସହିତ କିଛି ସନ୍ଦିଗ୍ଧ ମୃତଦେହ ସତ୍କାର କରିସାରିଛନ୍ତି ।

ଏହି ବଣ୍ଟନ କାର୍ଯ୍ୟକ୍ରମରେ ଜୟ ଓଡ଼ିଶାର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସମେତ ବିଏମସିର ସୁବ୍ରତ କୁମାର ପଣ୍ଡା, ଜଏଣ୍ଟ ସେକ୍ରେଟାରୀ ୱାଟର ରିସୋର୍ସ, ପୁରନ୍ଦର ନନ୍ଦ ଡେପୁଟି କମିଶନର୍, ଅଂଶୁମାନ ରଥ ଜୋନାଲ ଡେପୁଟି କମିଶନର, ଦେବାଶିଷ ସାହୁ ସିଟି ଓ ଜିଏସଟି ଅଫିସର୍, ସତ୍ୟଜିତ ସାହୁ ଆସିଷ୍ଟାଣ୍ଟ ଡିରେକ୍ଟର୍ ୱାଟର ରିଶୋର୍ସ ପ୍ରମୁଖ ଉପସ୍ଥିତ ଥିଲେ ।

ଏମାନେ ପ୍ରଥମ ଦିନରୁ ନିଜ ପରିବାରକୁ ପଛରେ ପକାଇ ନିଜ ସ୍ଵାସ୍ଥ୍ୟକୁ ଦୃଷ୍ଟିକ୍ଷେପ ନକରି ଯେଉଁଭଳି କାର୍ଯ୍ୟ କରୁଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ ଅଟେ । ଜୟ ଓଡ଼ିଶା ଆଜି ଯେଉଁଭଳି ସାହାଯ୍ୟ ସହଯୋଗ କରିଛି ଆଗାମୀ ଦିନରେ ମଧ୍ୟ ଆବଶ୍ୟକୀୟ ସମସ୍ତ ସାହାଯ୍ୟ କରିବ ବୋଲି ଜୟ ଓଡ଼ିଶାର ପ୍ରତିଷ୍ଠାତା ରୁଦ୍ର ସାମନ୍ତରାୟ କହିଛନ୍ତି ।

ସେହିଭଳି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ କୌଣସି ଭେଦଭାବ ନରଖି ଏହି ବ୍ୟକ୍ତିମାନେ ଯେଉଁଭଳି ମରଶରୀର ସତ୍କାର କରିଆସୁଛନ୍ତି ତାହାକୁ ବିଏମସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ଭୂୟସୀ ପ୍ରଶଂସା କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.