ଭୁବନେଶ୍ବର: ସାରା ବିଶ୍ବରେ ଆତଙ୍କ ଖେଳାଉଛି କୋରୋନା ଭାଇରସ । ଏନେଇ ଭାରତ ସରକାରଙ୍କ ପକ୍ଷରୁ ଚାଲିଛି ଘନ ଘନ ସମୀକ୍ଷା । ଏନଏଚଏମ କାର୍ଯ୍ୟାଳୟରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ବୈଠକ କରାଯାଇ ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
14 ଦିନ ପର୍ଯ୍ୟନ୍ତ ରାଜ୍ୟର ପ୍ରତି ସ୍କୁଲ ଉପରେ ନଜର ରଖିବ ସ୍ବତନ୍ତ୍ର ସ୍ବାସ୍ଥ୍ୟ ବିଭାଗ । ଯେମିତିକି ପିଲାଙ୍କୁ ଜ୍ବର, କାଶ, ଛିଙ୍କ ହେଲେ ତୁରନ୍ତ ଉପଯୁକ୍ତ ଚିକିତ୍ସା କରାଯିବ। ସେନେଇ ଗଣଶିକ୍ଷା ବିଭାଗ ସମେତ ପ୍ରତି ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟରେ କୋରୋନା ଭୂତାଣୁକୁ ନେଇ ସମସ୍ତ ବିଦେଶ ଯାତ୍ରୀଙ୍କ ଉପରେ ନଜର ରହିଥିବା ବେଳେ ଓଡ଼ିଶାରେ କୌଣସି ସନ୍ଦିଗ୍ଧ ଭୂତାଣୁରେ ଆକ୍ରାନ୍ତ ହୋଇଥିବା ସାମ୍ନାକୁ ଆସିନି। ତେବେ ଚାଇନାରୁ ଫେରିଥିବା 36 ଜଣଙ୍କ ଉପରେ ନଜର ରଖାଯାଇ ଥିବାବେଳେ 7 ଜଣଙ୍କର ରକ୍ତ ନମୁନା ଏନଆଇଭିକୁ ପଠାଇ ଦେଆଯାଇଥିଲା।
ସେଥିମଧ୍ୟରୁ 5 ଜଣଙ୍କର ନେଗେଟିଭ ବାହାରିଛି । କୋରୋନା ଭାଇରସକୁ ନେଇ ଓଡ଼ିଶା ସରକାର ଉପଯୁକ୍ତ ଚିକିତ୍ସାର ପଦକ୍ଷେପ ନେଉଥିବା ବେଳେ ଅଧିକରୁ ଅଧିକ କିଭଳି ପଦକ୍ଷେପ ନିଆଯିବ ସେନେଇ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ରାଜ୍ୟରେ ରହିଥିବା ଅନ୍ତର୍ଜାତୀୟ ବିମାନ ବନ୍ଦର ଓ ବନ୍ଦରକୁ ଆସୁଥିବା ଯାତ୍ରୀ ମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି।
ଓଡ଼ିଶାରେ ଏପର୍ଯ୍ୟନ୍ତ 36 ଟି ରକ୍ତ ନମୁନା ଭିତରେ 5 ଜଣଙ୍କର ନେଗେଟିଭ ଓ 2 ଜଣଙ୍କର ରକ୍ତ ନମୁନା ଆସିନାହିଁ। ଏହି 2 ଜଣଙ୍କୁ ଅବଜରଭେସନରେ ରଖାଯାଇଛି। ଅନ୍ୟ ବାକି 29 ଜଣଙ୍କ ଉପରେ ନଜର ରହିଛି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ