ଭୁବନେଶ୍ବର: କୋରୋନାକୁ ନେଇ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । କୋରୋନା ଯୋଗୁଁ ପର୍ଯ୍ୟଟନ ଶିଳ୍ପ ଉପରେ ବ୍ୟାପକ ପ୍ରଭାବ ପଡିଛି । ଏହା ସହ ଓଡିଶା ସରକାର ସତର୍କତା ଓ ସଚେତନା ଦିଗରେ ବେଶ ଆଗୁଆ ଥିବା ମଧ୍ୟ କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ।
ରାଜ୍ୟ ସରକାର ଦେଇଥିବା ଗାଇଡ ଲାଇନ ପର୍ଯ୍ୟଟନ ବିଭାଗ ପାଳନ କରୁଛି । ବିଦେଶୀଙ୍କ ଉପରେ ନଜର ରଖାଯାଉଛି । ବିଦେଶୀ ପର୍ଯ୍ୟଟକଙ୍କ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ହୋଟେଲରେ ରହୁଥିବା ବିଦେଶୀ ପର୍ଯ୍ୟଟକଙ୍କ ବାବଦରେ ତଥ୍ୟ ଦେବାକୁ ମଧ୍ୟ କହିଛନ୍ତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ