ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ରାଜ୍ୟ ସଭାପତିଙ୍କ ଚିଠି; କୋରୋନା ମୁକାବିଲାରେ ସାମିଲ ପାଇଁ ଅନୁରୋଧ

author img

By

Published : Mar 25, 2020, 1:12 PM IST

ବିଜେପି କାର୍ଯ୍ୟକର୍ତ୍ତାଙ୍କୁ କୋରୋନା ମୁକାବିଲାରେ ସାମିଲ କରିବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିଜେପି ରାଜ୍ୟସଭାପତି ସମୀର ମହାନ୍ତି । କୋରୋନା ପାଇଁ ବିଜେପି ସ୍ଵେଚ୍ଛାସେବୀ କାର୍ଯ୍ୟକର୍ତ୍ତାଙ୍କୁ ସାମିଲ କରିବାକୁ ସେ କହିଛନ୍ତି ।

BJP state president
ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ରାଜ୍ୟ ସଭାପତିଙ୍କ ଚିଠି; କୋରୋନା ମୁକାବିଲାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସାମିଲ କରିବାକୁ ଅନୁରୋଧ

ଭୁବନେଶ୍ବର: ବିଜେପି କାର୍ଯ୍ୟକର୍ତ୍ତାଙ୍କୁ କୋରୋନା ମୁକାବିଲାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ରାଜ୍ୟସଭାପତି ସମୀର ମହାନ୍ତିଙ୍କ ଚିଠି । ଲକ୍‌ଡାଉନ୍‌ ପରିସ୍ଥିତିରେ ରାଜ୍ୟସରକାର, ବ୍ଲକ ଓ ପଞ୍ଚାୟତରେ ଜରୁରୀକାଳୀନ ସେବା ପହଞ୍ଚାଇବା ପାଇଁ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଅନୁମତି ଦେବାକୁ ସମୀର ଚିଠି ଲେଖିଛନ୍ତି ।

ସମୀର ମହାନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଏହି ପତ୍ରରେ ଦର୍ଶାଇଛନ୍ତି ଯେ, ପ୍ରଶାସନକୁ ସହଯୋଗ କରିବା ପାଇଁ ବିଜେପି ସ୍ଵେଚ୍ଛାସେବୀ କାର୍ଯ୍ୟକର୍ତ୍ତାଙ୍କୁ ସାମିଲ କରାଯାଉ । ଯେହେତୁ ସମଗ୍ର ଦେଶ ଲକ୍‌ଡାଉନ୍‌ ହୋଇଛି ଏପରି ପରିସ୍ଥିତିରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ଏହି କଠିନ ସମୟରେ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସହଯୋଗର ହାତ ବଢାଇବା ପାଇଁ ଚାହାଁନ୍ତି । ତେଣୁ ଏଭଳି ଜରୁରୀକାଳୀନ ପରିସ୍ଥିତିରେ ଦୀର୍ଘ ମିଆଦୀ ପ୍ରସ୍ତୁତି ସହ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି ।

ଏହାସହ ସେ କହିଛନ୍ତି ଯେ, ‘ଆମ ରାଜ୍ୟ କୋରୋନା ମୁକାବିଲାରେ ସଫଳ ହେବା ସହ ନୂଆ ସୋପାନ ପ୍ରସ୍ତୁତ କରୁ । ରାଜ୍ୟବାସୀଙ୍କ ସେବା ପାଇଁ ଆମ ଦଳ ରାଜ୍ୟ ସରକାରଙ୍କ ସବୁ ଦାୟିତ୍ବକୁ ନିଷ୍ଠା ଓ ଆଗ୍ରହର ସହ ପାଳନ କରିବ ।’

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.