ETV Bharat / city

କୋରୋନା ନିୟମ ଉଲ୍ଲଘଂନ: ସିଲ ହେଲା କୋଚିଂ କ୍ଲାସ - ବିଏମ୍‌ସି ପକ୍ଷରୁ ଚଢାଉ

କୋରୋନା ପ୍ରକୋପ ବଢୁଥିବା ସମୟରେ ଏହାର କଟକଣାକୁ ଉଲ୍ଲଘଂନ କରୁଥିବାର ନଜର ଆସୁଛନ୍ତି ଅନେକ ଲୋକ । କୋରୋନା ନିୟମ ଉଲ୍ଲଘଂନ କରିବାରୁ ବନ୍ଦ ହେଲା ଭୁବନେଶ୍ବରର ଏକ କୋଚିଂ ସେଣ୍ଟର । ଅଧିକ ପଢନ୍ତୁ...

କୋରୋନା ନିୟମ ଉଲ୍ଲଂଘନ: ସିଲ ହେଲା କୋଚିଂ କ୍ଲାସ

author img

By

Published : Apr 30, 2021, 8:03 AM IST

ଭୁବନେଶ୍ବର: କଟକଣା ଉଲ୍ଲଘଂନ କରିବା ଅଭିଯୋଗରେ ବିଏମ୍‌ସି ପକ୍ଷରୁ ନାଗେଶ୍ବର ଟାଙ୍ଗୀ ସ୍ଥିତ ପେସ୍‌ ଏକାଡେମୀ ଓ ବେଞ୍ଚମାର୍କ ଶିକ୍ଷାନୁଷ୍ଠାନକୁ ସିଲ୍‌ କରାଯାଇଛି । ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନ୍‌ ଜୋନାଲ ଡେପୁଟି କମିସନରଙ୍କ ନେତୃତ୍ବରେ ଏହି ଚଢ଼ାଉ କରାଯାଇଥିଲା । ବିଏମ୍‌ସି ସୂଚନା ଅନୁଯାୟୀ ନାଗେଶ୍ବର ଟାଙ୍ଗୀରେ ଥିବା ବେଞ୍ଚମାର୍କ କ୍ଲାସେସ୍‌ ଓ ପେସ୍‌ ଏକାଡେମୀ ଛାତ୍ରଙ୍କୁ ହଷ୍ଟେଲରେ ରଖି ପାଠ ପଢାଉଥିଲା ।

କୋରୋନା ନିୟମ ଉଲ୍ଲଂଘନ: ସିଲ ହେଲା କୋଚିଂ କ୍ଲାସ

ପ୍ରାୟ ୪୦ରୁ ଊର୍ଦ୍ଧ୍ବ ଛାତ୍ରଙ୍କୁ ସେଠାରୁ ବାହାର କରାଯିବା ସହ ଉକ୍ତ ଶିକ୍ଷାନୁଷ୍ଠାନକୁ ସିଲ୍‌ କରାଯାଇଥିଲା । ବିଏମ୍‌ସି ଅଧିକାରୀଙ୍କ କହିବା ଅନୁଯାୟୀ ଗତ ଅକ୍ଟୋବର ମାସରେ କୋରୋନା କଟକଣାକୁ ଉଲ୍ଲଘଂନ କରିବାରୁ ଏହା ଶିକ୍ଷାନୁଷ୍ଠାନକୁ ସିଲ୍‌ ହୋଇଥିବା ବେଳେ ପୁଣି ଥରେ ସମାନ କାରଣରୁ ସିଲ୍‌ କରାଯାଇଛି।

ଉକ୍ତ କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ବେଆଇନ ଭାବେ କାର୍ଯ୍ୟ କରୁଥିବାରୁ ନୋଟିସ୍‌ ପ୍ରଦାନ କରାଯାଇଛି। ସେଠାରେ ହଷ୍ଟେଲରେ ୪୦ଜଣଙ୍କ ପାଇଁ ରୋଷେଇ ହୋଇଥିଲା ଯାହା ଚଢାଉ ବେଳେ ଜଣା ପଡିଥିଲା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.