ETV Bharat / city

ରାଜ୍ୟରେ ଟିକା ଅଭାବ; 5 ଜିଲ୍ଲାରେ ଟୀକାକରଣ ବନ୍ଦ

author img

By

Published : Apr 30, 2021, 12:19 PM IST

ରାଜ୍ୟରେ ଟିକା ଅଭାବରୁ 5ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିଛି । ଅଧିକ ପଢନ୍ତୁ...

ରାଜ୍ୟରେ ଟିକା ଅଭାବ; 5 ଜିଲ୍ଲାରେ ଟୀକାକରଣ ବନ୍ଦ
ରାଜ୍ୟରେ ଟିକା ଅଭାବ; 5 ଜିଲ୍ଲାରେ ଟୀକାକରଣ ବନ୍ଦ

ଭୁବନେଶ୍ବର: ରାଜ୍ୟରେ କୋରୋନା ଗ୍ରାଫ ଉପରମୁହାଁ ହେଉଥିବା ବେଳେ ଜାରି ରହିଛି ଟୀକାକରଣ । ବର୍ତ୍ତମାନ ଦେଶ ସମେତ ରାଜ୍ୟରେ 3ୟ ପର୍ଯ୍ୟାୟରେ ଯୁବବର୍ଗଙ୍କୁ ଟିକା ଦିଆଯାଉଛି । ଏହାରି ମଧ୍ୟରେ ରାଜ୍ୟରେ ଟିକାର ଅଭାବ ଦେଖାଦେଇଛି । ଫଳରେ ଶୁକ୍ରବାର 5ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ରାଜ୍ୟରେ 5ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିଥିବା ବେଳେ 392 ଟି କେନ୍ଦ୍ରରେ ଟୀକାକରଣ ଜାରି ରହିଛି । ଗୁରୁବାର 288 କେନ୍ଦ୍ରରେ 27 ହଜାର 602 ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ମୋଟ 57 ଲକ୍ଷ 76 ହଜାର 371 ଜଣଙ୍କୁ ଦିଆଯାଇଛି । ଆଜି(ଶୁକ୍ରବାର) 392 ରେ କେନ୍ଦ୍ରରେ ଜାରି ରହିଛି । ବନ୍ଦ ରହିଥିବା 5ଟି ଜିଲ୍ଲା ହେଉଛି ବୌଦ୍ଧ, ଝାରସୁଗୁଡା, କୋରାପୁଟ, ସୋନପୁର ଓ ସମ୍ବଲପୁର । 1 ଲକ୍ଷ 6 ହଜାର 360 କୋଭିସିଲଡ଼ ଓ କଭାକ୍ସିନ 3 ଲକ୍ଷ 34 ହଜାର 500 ଟିକା ରାଜ୍ୟରେ ଗଚ୍ଛିତ ରହିଛି । ସେପଟେ ଶୁକ୍ରବାର ରାଜ୍ୟକୁ ଟିକା ଆସିପାରେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.