ETV Bharat / city

କୋରୋନା ଯୋଦ୍ଧାଙ୍କୁ ସଞ୍ଜିବନୀ, ପ୍ରଥମେ ଟିକା ନେଲେ ସଫେଇ କର୍ମଚାରୀ

author img

By

Published : Jan 16, 2021, 11:28 AM IST

Updated : Jan 16, 2021, 1:37 PM IST

କ୍ୟାପିଟାଲ ହସ୍ପିଟାଲରେ ଟୀକାକରଣ ଆରମ୍ଭ, ପ୍ରଥମେ ଟିକା ନେଲେ ସଫେଇ କର୍ମଚାରୀ

11:25 January 16

ଆରମ୍ଭ ହେଲା ଟୀକାକରଣ

କୋରୋନା ଯୋଦ୍ଧାଙ୍କୁ ସଞ୍ଜିବନୀ, ପ୍ରଥମେ ଟିକା ନେଲେ ସଫେଇ କର୍ମଚାରୀ

ଭୁବନେଶ୍ବର: କୋରୋନା ବିରୋଧରେ ବିଶ୍ବରେ ଆରମ୍ଭ ହେଲା ସର୍ବ ବୃହତ ଲଢେଇ । ଅଦୃଶ୍ୟ ଭାଇରସ ବିରୋଧରେ ମହାଭିଯାନ ପାଇଁ ଦେଶରେ ଆରମ୍ଭ ହେଲା ଟୀକାକରଣ । ହାରିବ କୋରୋନା.. ଜିତିବ ଜୀବନର ଲକ୍ଷ୍ୟ ନେଇ ଆଜିଠୁ ସାରା ଦେଶରେ ପ୍ରାଥମିକ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଟୀକାକରଣର ଶୁଭାରମ୍ଭ କରିବା ପରେ କ୍ୟାପିଟାଲ ହସ୍ପିଟାଲରେ ଟୀକାକରଣ ହୋଇଛି ।  

କ୍ୟାପଟାଲ ହସ୍ପିଟାଲରେ ପ୍ରଥମପର୍ଯ୍ୟାୟରେ ଟିକା ନେଲେ ଜଣେ ସଫେଇ କର୍ମଚାରୀ । 4ର୍ଥ ଶ୍ରେଣୀର ସଫେଇ କର୍ମଚାରୀ ବିରଞ୍ଚି ନାୟକଙ୍କୁ ଟିକା ଦିଆଯାଇଛି ।  ସେହିପରି ଦ୍ବିତୀୟରେ ହସ୍ପିଟାଲର ନିର୍ଦ୍ଦେଶକ ଏବଂ ତୃତୀୟରେ ଜଣେ ଡାକ୍ତର ଟିକା ଗ୍ରହଣ କରିଛନ୍ତି ।  

161 କେନ୍ଦ୍ରରେ 16100 ଜଣଙ୍କୁ ଆଜି ଟିକା ଦିଆଯିବ। ତେବେ ଆସନ୍ତା ରବିବାର ଦିନ ଟୀକାକରଣ ବନ୍ଦ ରହିବ। ପ୍ରଥମ ପର୍ଯ୍ୟାୟ 25 ତାରିଖ ସୁଧା ଶେଷ ହେବ  । ଏବଂ  ଖୁବ ଶୀଘ୍ର ଦ୍ବିତୀୟ ପର୍ଯ୍ୟାୟର ପଞ୍ଜିକରଣ ଆରମ୍ଭ ହେବ। 4ର୍ଥ ପର୍ଯ୍ୟାୟରେ ବୃଦ୍ଧ ବା ବୟସ୍କଙ୍କୁ ପ୍ରାଥମିକତା ଦିଆଯିବ। ଦ୍ବିତୀୟ ଡୋଜ ରେ 14 ଦିନ ପରେ ଆଣ୍ଟିବଡି ସୃଷ୍ଟି ହେବ। 30ଟି ଜିଲ୍ଲାରେ କୋଭାସିଲ୍ଡ ଓ କେବଳ ଭୁବନେଶ୍ବରରେ କୋଭାକ୍ସିନ ଦିଆଯାଉଛି ବୋଲି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ ଓ ସଞ୍ଜୀବ ରାୟ , ଇଟିଭି ଭାରତ 

Last Updated : Jan 16, 2021, 1:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.