ଭୁବନେଶ୍ବର: ବିଶ୍ବବ୍ୟାପୀ ୫,୩୭,୧୭୮ରେ ପହଁଚିଲାଣି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା।ଯେଉଁଠି ସାରା ବିଶ୍ବରେ ଏଯାବତ ୨୪,୧୨୬ଜଣ ମୃତ୍ୟୁବରଣ କରିସାରିଲେଣି। ତେବେ ଭାରତରେ ମଧ୍ୟ ୭୫୩ରେ ପହଁଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ଯେକି ୨୦ ଜଣ ମୃତ୍ୟୁବରଣ କଲେଣି। ତେବେ ଗତ ୧୬ ତାରିଖରେ ସବୁଠୁ ଆଗରେ ଥିବା ଚୀନକୁ କାଟି ଏବେ ୧୦ ଦିନ ଭିତରେ ଯୁକ୍ତରାଷ୍ଟ୍ର ଆମେରିକା ଆଗରେ ପହଁଚିଲାଣି ।
ଯେଉଁଠି ଯୁକ୍ତରାଷ୍ଟ୍ର ଆମେରିକା ୮୫,୬୧୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୩୦୧ ଜଣ ପ୍ରାଣ ହରାଇଲେଣି । ତେବେ ଆଜି ଦିନ ୨ଟା୩୦ ସୁଦ୍ଧା ଓଡିଶାରେ ପଠଯାଇଥିବା ୨୫୬ ନମୁନାରୁ ୧୮୯ଟି ନେଗେଟିଭ ରିପୋର୍ଟ ଆସିଛି। ୩ଟି ପଜିଟିଭ ରୋଗୀ ଏବେ ଚିକିତ୍ସିତ ହେଉଛନ୍ତି । ପୂର୍ବରୁ ୨ଜଣ ରୋଗୀଙ୍କର ଅବସ୍ଥା ସ୍ଥିର ରହିଛି। ତୃତୀୟ ରୋଗୀ ଚିହ୍ନଟ ବ୍ୟକ୍ତି ଜଣଙ୍କ କାଶ ଓ ଜ୍ବରରେ ଅଛନ୍ତି।
ପୂର୍ବରୁ ୨ ରୋଗୀଙ୍କ ସହ ଆସିଥିବା ୫୫ଜଣ ସହ ଯୋଗାଯୋଗ ହୋଇଛି ୩ ରୋଗୀ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଜଣାପଡିନାହିଁ । ଏନେଇ ଟ୍ରେସ ଚାଲିଛି ଏଥିପାଇଁ ୧୦ଟି ଟିମ ଭୁବନେଶ୍ବରରେ ମନିଟରିଂ କରୁଛନ୍ତି। ବାକି ସାରା ଓଡିଶାରେ ୧୦୦ଟି ଟିମ ରାଜ୍ୟରେ ରହିଥିବା ରାଜ୍ୟ ବାହାରୁ ଆସିଥିବା ଲୋକଙ୍କୁ ଯୋଗାଯୋଗ କରି ସେମାନଙ୍କୁ ମନିଟର କରୁଛନ୍ତି। ତେବେ ଏଯାବତ ୪୪୯୫ ଜଣ ପଞ୍ଜିକରଣ ହୋଇସାରିଛନ୍ତି। କୋଭିଡ ୧୯ର ସଂଦେହରେ ୩୭ ଜଣ ପେସେଣ୍ଟ ଆଇସୋଲେସନରେ ରହିଥିବା ସୂଚନା ଦେଇଛନ୍ତି କୋରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ