ETV Bharat / city

କୋଭିଡ ଯୁଦ୍ଧର ସୈନିକ ସାଜିଛନ୍ତି ଅଙ୍ଗନବାଡି କର୍ମୀ

author img

By

Published : Apr 13, 2020, 6:28 PM IST

କୋଭିଡ 19 ର ସୈନିକ ସାଜିଛନ୍ତି ଅଙ୍ଗନବାଡି କର୍ମୀ। ଓଡିଶାରେ 72500 ଅଙ୍ଗନବାଡି କର୍ମୀ ବିଭିନ୍ନ ଗ୍ରାମକୁ ଯାଇ ସଚେତନ କରାଉଛନ୍ତି। ଅଧିକ ପଢନ୍ତୁ...

corona update by govt of odisha
କୋଭିଡ ଯୁଦ୍ଧର ସୈନିକ ସାଜିଛନ୍ତି ଅଙ୍ଗନବାଡି କର୍ମୀ

ଭୁବନେଶ୍ବର: କୋଭିଡ 19 ର ସୈନିକ ସାଜିଛନ୍ତି ଅଙ୍ଗନବାଡି କର୍ମୀ। ଓଡିଶାରେ 72500 ଅଙ୍ଗନବାଡି କର୍ମୀ ବିଭିନ୍ନ ଗ୍ରାମକୁ ଯାଇ ସଚେତନ କରାଉଛନ୍ତି। ଦୈନିକ 4 ଲକ୍ଷ ଶିଶୁ ମାଙ୍କର ଜୀବନ ରକ୍ଷା କରିବା ସହ ଏହି ସମୟରେ କିଭଳି ଭାବରେ ମା ଓ ଶିଶୁ ଉଭୟ ସୁରକ୍ଷିତ ରହିପାରିବେ ସେନେଇ ମଧ୍ୟ ସଚେତନତା କରାଉଛନ୍ତି । ଏପରି କହି ଆଜି କୋରୋନାକୁ ନେଇ ହେଉଥିବା ସାମ୍ବାଦିକ ସମ୍ମିଳନୀରେ ଦୁଇ ଜଣ ଅଙ୍ଗନବାଡି କର୍ମୀଙ୍କ ଉଦାହରଣ ଦେଇଛନ୍ତି ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ।

ଯେଉଁମାନେକି ଖରାରେ ଗାଁ ଗାଁ ଘର ଘର ବୁଲି ସଚେତନ କରିବା ସହ ଶିଶୁ ଓ ମାଙ୍କ କଥା ବୁଝୁଛନ୍ତି। ସେମାନେ ହେଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଅଞ୍ଚଳର ରମା ସାହୁ। ରମା ନିଜର ଛୁଆକୁ ଘରେ ଛାଡି ନିଜର କର୍ମ କ୍ଷେତ୍ରକୁ ଯାଇଥାନ୍ତି। ପାଖପାଖି 201 ଘରକୁ ଯାଇ ଖରାରେ ଶିଶୁ ଓ ଗର୍ଭବତୀ ମା’ଙ୍କୁ ଜିନିଷ ବାଣ୍ଟୁଛନ୍ତି। କୋଭିଡ ଯୁଦ୍ଧରେ 24 ଘଣ୍ଟା ବିତାଉଛନ୍ତି ରମା।

ସେହିପରି ଅନ୍ୟ ଜଣେ ହେଲେ କୋରାପୁଟର ଯସୋବନ୍ତପୁର ଅଞ୍ଚଳର ଧନମତି ଘଦୁଆ। ଘରେ 5 ଜଣଙ୍କୁ ଛାଡି କୋଭିଡ ମୁକାବିଲା ପାଇଁ କର୍ମକ୍ଷେତ୍ରକୁ ବାହାରି ଯାଆନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପଟେ କୋରୋନା ମୁକବିଲାରେ ଅଙ୍ଗନବାଡିର କାମ ବନ୍ଦ ହୋଇନାହିଁ। କୋଭିଡ 19ର ସୈନିକ ସାଜିଛନ୍ତି ଅଙ୍ଗନବାଡି କର୍ମୀ। ଅଙ୍ଗନବାଡି ଓ ଆଶା କର୍ମୀ ମାନେ ଏହି ସମୟରେ ଏକ ବଡ ଭୂମିକା ନିଭାଉଛନ୍ତି। ଗାଁରେ ରନ୍ଧାଖାଦ୍ୟ ଦିଆଯାଉଥିଲା ତାକୁ ବନ୍ଦ କରି ଘର ଘର ବୁଲି ଶୁଖିଲା ଖାଦ୍ୟ ବାଣ୍ଟୁଛନ୍ତି ଅଙ୍ଗନବାଡି କର୍ମୀ। 3 ବର୍ଷରୁ କମ ବୟସର ପିଲାଙ୍କୁ ଅଣ୍ଡା ଦିଆଯାଉଛି। ସପ୍ତାହକୁ ସପ୍ତାହ ଘରକୁ ଘର ଯାଇ ଏହା ଦିଆଯାଉଛି ଯାହା ପ୍ରଶଂସନୀୟ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଶିଶୁ ମାତୃ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.