ETV Bharat / city

ରାଜ୍ୟରେ ଅସମ୍ଭାଳ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ସର୍ବାଧିକ 3861 ସଂକ୍ରମିତ - corona update

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ଦିନରେ ପୁଣି 3861 ନୂଆ ଆକ୍ରାନ୍ତ ଚିହ୍ନଟ । 10 ମୃତ ।

ରାଜ୍ୟରେ ଅସମ୍ଭାଳ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ସର୍ବାଧିକ 3861 ସଂକ୍ରମିତ

author img

By

Published : Sep 7, 2020, 12:04 PM IST

ଭୁବନେଶ୍ବର:ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ଦିନରେ ପୁଣି 3861 ନୂଆ ଆକ୍ରାନ୍ତ ଚିହ୍ନଟ । 10 ମୃତ । ଆକ୍ରାନ୍ତଙ୍କ ମଧ୍ୟରେ 2278 କ୍ବାରେଣ୍ଟାଇନ ସେଣ୍ଟର ଓ 1583 ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ।

30 ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ 767 ଅଛନ୍ତି । ସେହିପରି ଅନୁଗୋଳରୁ 120, ବାଲେଶ୍ବରରୁ 105 ଜଣ, ବରଗଡରୁ 176 ଜଣ, ଭଦ୍ରକରୁ 74 ଜଣ, ବଲାଙ୍ଗୀରରୁ 75 ଜଣ, ବୌଦ୍ଧରୁ 22 ଜଣ, କଟକରୁ 386 ଜଣ, ଦେବଗଡରୁ 12 ଜଣ, ଢେଙ୍କାନାଳରୁ 74 ଜଣ, ଗଜପତିରୁ 14 ଜଣ, ଗଞ୍ଜାମରୁ 91 ଜଣ, ଜଗତସିଂହପୁରରୁ 86 ଜଣ, ଯାଜପୁରରୁ 385 ଜଣ, ଝରସୁଗୁଡାରୁ 199 ଜଣ, କଳାହାଣ୍ଡିରୁ 28 ଜଣ, କନ୍ଧମାଳରୁ 25 ଜଣ, କେନ୍ଦ୍ରାପଡାରୁ 83 ଜଣ, କେନ୍ଦୁଝରରୁ 66 ଜଣ, କୋରାପୁଟରୁ 86 ଜଣ, ମାଲକାନଗିରିରୁ 33 ଜଣ, ମୟୂରଭଞ୍ଜରୁ 122 ଜଣ, ନବରଙ୍ଗପୁରରୁ 44 ଜଣ, ନୟାଗଡରୁ 57 ଜଣ, ନୂଆପଡାରୁ 48 ଜଣ, ପୁରୀରୁ 200 ଜଣ, ରାୟଗଡାରୁ 153 ଜଣ, ସମ୍ବଲପୁରରୁ 77 ଜଣ, ସୋନପୁରରୁ 117 ଜଣ, ସୁନ୍ଦରଗଡରୁ 96 ଜଣ ଓ ଷ୍ଟେଟ ପୁଲରେ 140 ଜଣ ଆକ୍ରାନ୍ତ ରହିଛନ୍ତି ।

ସେପଟେ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 3, ବାଲେଶ୍ବରରୁ 1, ଭୁବନେଶ୍ବରରୁ 1, କଟକରୁ 1, କୋରାପୁଟରୁ 1, ନୟାଗଡରୁ 1, ରାୟଗଡାରୁ 1 ଓ କଳାହାଣ୍ଡିରୁ ଜଣେ ରହିଛନ୍ତି ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 127892 ରହିଥିବାବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି 96364 ଜଣ । ସେହିପରି 556 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସକ୍ରିୟ ସଂଖ୍ୟା 30919 ରହିଛି। ରାଜ୍ୟରେ ମୋଟ 2143566 ଟେଷ୍ଟ କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.