ଭୁବନେଶ୍ବର: ରାଜ୍ୟରେ 229 ନୂଆ କୋରୋନା ପଜେଟିଭ ଚିହ୍ନଟ । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 7545କୁ ବୃଦ୍ଧି । ସେପଟେ ଦୁଇ କୋରୋନା ଆକ୍ରାନ୍ତ ମୃତ । ମୃତକଙ୍କ ସଂଖ୍ୟା 27କୁ ବୃଦ୍ଧି ।
19 ଜିଲ୍ଲାରୁ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 193 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 36 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରୁ 1, ବାଲେଶ୍ବରରୁ 24, ବରଗଡରୁ 1, ବଲାଙ୍ଗୀରରୁ 7, ବୌଦ୍ଧରୁ 3, କଟକରୁ 12, ଦେବଗଡରୁ 1, ଗଜପତିରୁ 1, ଜଗତସିଂହପୁରରୁ 1, କୋରାପୁଟରୁ 1, ଗଞ୍ଜାମରୁ 95, ଯାଜପୁରରୁ 22, ଖୋର୍ଦ୍ଧାରୁ 21, ମୟୂରଭଞ୍ଜରୁ 2, ନୟାଗଡରୁ 5, ପୁରୀରୁ 4 ଓ ସୁନ୍ଦରଗଡରୁ 17 ରହିଛନ୍ତି ।
ସେପଟେ ଦୁଇ ମୃତକଙ୍କ ମଧ୍ୟରେ ଜଣେ ଅନୁଗୋଳର ହୋଇଥିବାବେଳେ ଜଣେ ଗଞ୍ଜାମର ବୋଲି ଜଣାପଡିଛନ୍ତି । ତେବେ ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ 5353 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 2157ଟି ସକ୍ରିୟ ମାମଲା ରହିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ