ଭୁବନେଶ୍ବର:ରାଜ୍ୟରେ ବେକାବୁ କୋରୋନା । ଦିନକରେ ପୁଣି 1643 ନୂଆ ଆକ୍ରାନ୍ତ ଚିହ୍ନଟ । 12 ଜଣ ମୃତ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ ସେଣ୍ଟରରୁ 1018 ଓ ସ୍ଥାନୀୟ ଅଞ୍ଚଳରୁ 625 ଆକ୍ରାନ୍ତ ରହିଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 44 ହଜାର ପାର କରି 44,193କୁ ବୃଦ୍ଧି ପାଇଛି ।
28 ଜିଲ୍ଲାରୁ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଓ ଖୋର୍ଦ୍ଧା ସର୍ବାଧିକ 274 ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ 98, ଅନୁଗୁଳରୁ 16, ବାଲେଶ୍ବରରୁ 73, ବରଗଡରୁ 7, ଭଦ୍ରକରୁ 2, ବଲାଙ୍ଗୀରରୁ 43, ବୌଦ୍ଧରୁ 7, ଢେଙ୍କାନାଳରୁ 36, ଗଜପତିରୁ 35, ଜଗତସିଂହପୁରରୁ 21, ଯାଜପୁରରୁ 36, ଝାରସୁଗୁଡା 2, କଳାହାଣ୍ଡିରୁ 30, କନ୍ଧମାଳରୁ 52, କେନ୍ଦ୍ରାପଡାରୁ 14, କେନ୍ଦୁଝରରୁ 3, କୋରାପୁଟରୁ 50, ମାଲକାନଗିରିରୁ 27, ମୟୂରଭଞ୍ଜରୁ 39, ନବରଙ୍ଗପୁରରୁ 5, ନୟାଗଡରୁ 40, ନୂଆପଡାରୁ 1, ପୁରୀରୁ 92, ରାୟଗଡାରୁ 136, ସମ୍ବଲପୁରରୁ 112 ଓ ସୁନ୍ଦରଗଡରୁ 118 ରହିଛନ୍ତି ।
ସେପଟେ ମୃତକଙ୍କ ମଧ୍ୟରେ ଗଞ୍ଜାମ, କେନ୍ଦୁଝର, କନ୍ଧମାଳ ଓ ଖୋର୍ଦ୍ଧା ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ରହିଥିବାବେଳେ ବାଲେଶ୍ବର, ବରଗଡ, ଗଜପତି ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ରହିଛନ୍ତି ।
ମୋଟ ମୃତ୍ୟୁ ସଂଖ୍ୟା 259ରେ ପହଞ୍ଚିଛି । ଅନ୍ୟପଟେ 28697 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 15189ଟି ସକ୍ରିୟ ମାମଲା ରହିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ