ଭୁବନେଶ୍ବର:ରାଜ୍ୟରେ ଗୋଟିଏ ଦିନରେ 1068 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ କ୍ବାରେଣ୍ଟାଇନ ସେଣ୍ଟରରୁ 662 ଓ ସ୍ଥାନୀୟ ଅଞ୍ଚଳରୁ 406 ଜଣ ରହିଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 29175ରେ ପହଞ୍ଚିଛି ।
28 ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରୁ 20, ବାଲେଶ୍ବରରୁ 29, ବରଗଡରୁ 5, ଭଦ୍ରକରୁ 4, ବଲାଙ୍ଗୀରରୁ 26, କଟକରୁ 61, ଦେବଗଡରୁ 2, ଢେଙ୍କାନାଳରୁ 1, ଗଜପତିରୁ 88, ଗଞ୍ଜାମରୁ 245, ଜଗତସିଂହପୁରରୁ 3, ଯାଜପୁରରୁ 12, ଝାରସୁଗୁଡାରୁ 12, କଳାହାଣ୍ଡିରୁ 19, କନ୍ଧମାଳରୁ 11, କେନ୍ଦ୍ରାପଡାରୁ 8, ଖୋର୍ଦ୍ଧାରୁ 194, କୋରାପୁଟରୁ 66, ମାଲକାନଗିରିରୁ 1, ମୟୂରଭଞ୍ଜରୁ 20, ନବରଙ୍ଗପୁରରୁ 26, ନୟାଗଡରୁ 29, ନୂଆପଡାରୁ 11, ପୁରୀରୁ 16, ରାୟଗଡାରୁ 24, ସମ୍ବଲପୁରରୁ 21, ସୋନପୁରରୁ 2, ସୁନ୍ଦରଗଡରୁ 112 ଜଣ ରହିଛନ୍ତି ।
ସେପଟେ 18060 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 10920ଟି ସକ୍ରିୟ ମାମଲା ରହିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ