ETV Bharat / city

ରେଳ ଷ୍ଟେସନରେ କୋରୋନା ଚେକିଂ ଆରମ୍ଭ - bhubaneswar raiway station

ଭୁବନେଶ୍ବର ରେଳ ଷ୍ଟେସନରେ ମଧ୍ୟ କୋରୋନା ଚେକିଂ କଡାକଡି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସଂକ୍ରମଣ ଅଧିକ ଥିବା 12ଟି ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ଉପରେ ବେଶୀ ନଜର । ଅଧିକ ପଢନ୍ତୁ....

ରେଳ ଷ୍ଟେସନରେ କୋରୋନା ଚେକିଂ ଆରମ୍ଭ
ରେଳ ଷ୍ଟେସନରେ କୋରୋନା ଚେକିଂ ଆରମ୍ଭ
author img

By

Published : Feb 26, 2021, 6:46 PM IST

ଭୁବନେଶ୍ବର: ପୁଣି ଲେଉଟୁଛି କୋରୋନା । ଦେଶର 12ଟି ରାଜ୍ୟରେ କୋରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ସତର୍କତା ଜାରି କରାଯାଇଛି । ତେବ ଆଜି(ଶୁକ୍ରବାର) ଠାରୁ ଭୁବନେଶ୍ବର ରେଳ ଷ୍ଟେସନରେ କଡାକଡି ଚେକିଂ ଆରମ୍ଭ ହୋଇଛି ।

ରେଳ ଷ୍ଟେସନରେ କୋରୋନା ଚେକିଂ ଆରମ୍ଭ

ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ବିମାନ ବନ୍ଦର ଏବଂ ରେଳ ଷ୍ଟେସନ ଯାଞ୍ଚ ନିର୍ଦ୍ଦେଶ ଦେବାପରେ ବିଏମସିର ତତ୍ପରତା ପ୍ରକାଶ ପାଇଛି । ବିଏମସି ପକ୍ଷରୁ ଭୁବନେଶ୍ବର ରେଳଷ୍ଟେସନରେ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ଜୋରଦାର ଆରମ୍ଭ ହୋଇଛି । ଏନେଇ ବିଏମସି କମିଶନର କହିଛନ୍ତି ଯେ, 'ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆମେ ୧୨ ଟି ରାଜ୍ୟରୁ ଓଡିଶା ଆସୁଥିବା ଲୋକଙ୍କ ଉପରେ ବେଶୀ ନଜର ରଖିଛୁ । ପୂର୍ବରୁ ଆମେ ଏୟାରପୋର୍ଟରେ ସ୍କ୍ରିନିଂ ଡେକ୍ସ କରିଥିଲୁ । ତେବେ ଆଜି ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱର ରେଳ ଷ୍ଟେସନରେ ୩ରୁ ୪ ଟି ସ୍କ୍ରିନିଂ ସେଣ୍ଟର କରାଯିବ ।'

ଏଥିସହ ଗୋଟିଏ ଟେଷ୍ଟିଂ ସେଣ୍ଟର ମଧ୍ୟ କରାଯିବ । ଯେଉଁମାନଙ୍କ ଲକ୍ଷଣ ଦେଖାଯିବ ସଙ୍ଗେ ସଙ୍ଗେ ସେମାନଙ୍କର ଆଣ୍ଟିଜେନ୍ ଟେଷ୍ଟ ସେହିଠାରେ ହିଁ କରାଯିବ । ୧୨ ଟି ରାଜ୍ୟରୁ ଆସୁଥିବା ସମସ୍ତ ଟ୍ରେନ ଯାତ୍ରୀମାଙ୍କ ସ୍କ୍ରିନିଂ ବାଧ୍ୟତାମୂଳକ କରାଯିବ । ରେଳ ଷ୍ଟେସନର ପ୍ରବେଶ ଏବଂ ପ୍ରସ୍ଥାନ ଫାଟକରେ ଏହି ସ୍କ୍ରିନିଂ ସେଣ୍ଟର କରାଯିବ ବୋଲି ବିଏମସି କମିଶନର କହିଛନ୍ତି । ଅନ୍ୟପଟେ ବସ୍ ଷ୍ଟାଣ୍ଡରେ ସ୍କ୍ରିନିଂ ଡେକ୍ସ କରିବା ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ । ତଥାପି ଆମେ ସେ ଉପରେ ବର୍ତ୍ତମାନ ଆଲୋଚନା ଜାରି ରଖିଛୁ । କାରଣ ପ୍ରତିଦିନ ଅନ୍ୟ ରାଜ୍ୟରୁ ବସ ଓଡିଶା ଆସୁଛି, ଏନେଇ ଆଲୋଚନା କରାଯାଉଛି ବୋଲି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.