ଭୁବନେଶ୍ବର: ଆୟରଲାଣ୍ଡର କୋରୋନା ସନ୍ଦିଗ୍ଧ ଯୁବକ ଏସସିବିରୁ ଫେରାର ଘଟଣା । ଫେରାରକୁ ଖଣ୍ଡନ କଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କୋରୋନା ହୋଇନଥିବା କହିବା ସହ ଫେରାର ଥିବା ଖବରକୁ ଖଣ୍ଡନ କରିଛନ୍ତି ନିର୍ଦ୍ଦେଶକ ଅଶୋକ ପଟ୍ଟନାୟକ । ଏବେ ସେ ଅବଜରଭେସନରେ ଅଛନ୍ତି । ଆସନ୍ତାକାଲି ସେ ତାଙ୍କ ଦେଶକୁ ଫେରିଯିବେ ବୋଲି ନିର୍ଦ୍ଦେଶକ କହିଛନ୍ତି ।
ସୂଚନାଅନୁସାରେ, ଆୟରଲାଣ୍ଡରେ ପଜେଟିଭ ସାମ୍ପଲ ବାହାରୁଥିବାରୁ ଯୁବକ ଜଣଙ୍କ ଚେକ୍ କରିବା ଲାଗି କ୍ୟାପିଟାଲ ହସ୍ପିଟାଲ ଆସିଥିଲେ । କ୍ୟାପିଟାଲ ହସ୍ପିଟାଲରେ ତାଙ୍କୁ ଅବଜରଭେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଯୁବକ ଜଣଙ୍କ କଟକ ଏସସିବି ଯିବାକୁ କହିଥିଲେ । ତେବେ ଏସସିବିରେ ବି ତାଙ୍କୁ ସମାନ କଥା କୁହାଯିବାରୁ ସେଠାରୁ ସେ ଚାଲିଆସି ଭୁବନେଶ୍ବରର ଏକ ତାରକା ହୋଟେଲରେ ରହିଥିଲେ ।
ଯାହାର ଖବର ପାଇ ରାତି ଅଧରେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଓ ଡାକ୍ତରୀ ଦଳ ଯାଇ ତାଙ୍କୁ ସେଠାରେ ଭେଟିବା ସହ ତାଙ୍କର ପରୀକ୍ଷା କରିଥିଲେ । ଏବେ ସେ ସୁସ୍ଥ ରହିଥିବା ଜଣାପଡିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ