ଭୁବନେଶ୍ବର: ବିଶ୍ବବ୍ୟାପୀ କୋରୋନା ପ୍ରକୋପ ଜାରି ରହିଥିବା ବେଳେ ଏହାର ମୁକାବିଲା ପାଇଁ ଗତ ମାର୍ଚ୍ଚ ମାସରୁ ରାଜ୍ୟରେ ଲକଡାଉନ, ସଟଡାଉନ ଏବଂ ଅନଲକ ପର୍ଯ୍ୟାୟ ଜାରି ରହିଛି । ଇତିମଧ୍ୟରେ ଅନେକ କୋରୋନା କଟକଣା ଜାରି ହୋଇଛି । ଆଉ ଏହି କଟକଣାକୁ ଉଲ୍ଲଂଘନ କରିଥିବା ଅମାନିଆଙ୍କୁ ଠାରୁ ଗତ ଏପ୍ରିଲ ମାସରୁ ବର୍ତ୍ତମାନ ସୁଦ୍ଧା 2 କୋଟି 42 ଲକ୍ଷ 90 ହଜାର 185 ଟଙ୍କା ଆଦାୟ ହୋଇଥିବା ନେଇ କମିଶନରେଟ ପୋଲିସ ସୂଚନା ଦେଇଛି ।
ଆଦାୟ ଏହି ଟଙ୍କାରେ 1, 77,090 ଲୋକଙ୍କୁ ମାସ୍କ ନପିନ୍ଧିବା ଏବଂ ସାମାଜିକ ଦୂରତା ଉଲ୍ଲଂଘନ କରିବା ଅଭିଯୋଗରେ ଆଦାୟ ହୋଇଛି । ଏହି ସୂଚନା ଦେବା ପରେ କମିଶନରେଟ୍ ପୋଲିସ ପୁନର୍ବାର ସାଧାରଣ ନାଗରିକଙ୍କୁ ମାସ୍କ ପରିଧାନ ଏବଂ ଗହଳି ନ କରିବାକୁ ଅନୁରୋଧ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ