ଭୁବନେଶ୍ବର: ପୁଣି ରାଜଧାନୀକୁ ଫେରିଲା କୋରୋନା କଟକଣା, ବୁଲିଲା ପୋଲିସ ଭ୍ଯାନ ଓ ପିସିଆର । ସାମାଜିକ ଦୂରତା ଓ ମାସ୍କ ବ୍ଯବହାର ନେଇ କରାଯିବ ସଚେତନ ।
ପରେ ଗହଳି ସ୍ଥାନ ମାର୍କେଟ ଏରିଆ, ହାଟ ଆଦି ସ୍ଥାନରେ ଏସବୁକୁ କଡାକଡି କରାଯିବ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିସନର । ପ୍ରଥମେ ସଚେତନତା ପରେ ଫାଇନ ଆଦାୟ କରାଯିବ ବୋଲି ଜଣାପଡିଛି । ତେବେ ପାଖାପାଖି ୪୦ ରୁ ଊର୍ଦ୍ଧ୍ବ ପୋଲିସ ଭ୍ଯାନ ଏବଂ ପିସିଆର ଭ୍ଯାନ ରାଜଧାନୀରୋ ବୁଲି ବୁଲି ସାଇରନ ଦେଇ ସଚେତନ କରିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ