ETV Bharat / city

ଏମ୍ସରେ କରୋନା ଆକ୍ରାନ୍ତଙ୍କୁ ନେଇ ଭୟ, ଆଶ୍ୱାସନା ଦେଲେ ନିର୍ଦ୍ଦେଶିକା - ଏମ୍ସରେ କରୋନା ଆକ୍ରାନ୍ତଙ୍କୁ ନେଇ ଭୟ

ଜଣେ କୋରୋନା ଆକ୍ରାନ୍ତଙ୍କୁ ବେପରୁଆ ଭାବରେ ଏମ୍ସକୁ ଅଣାଯାଇଥିଲା । ଯାହାକୁ ନେଇ ଦେଖିବାକୁ ମିଳିଛି ଭୟ । ତେବେ ଏଥିପାଇଁ ଭୟ ନକରିବାକୁ ଏମ୍ସ ନିର୍ଦ୍ଦେଶିକା ଆଶ୍ବାସନା ଦେଇଛନ୍ତି । ଅଧିକ ପଢନ୍ତୁ...

corona-positive-patients-at-aiims-no-need-to-panic-says-director
ଏମ୍ସରେ କରୋନା ଆକ୍ରାନ୍ତଙ୍କୁ ନେଇ ଭୟ, ଆଶ୍ୱାସନା ଦେଲେ ନିର୍ଦ୍ଦେଶିକା
author img

By

Published : Mar 20, 2020, 11:48 PM IST

ଭୁବନେଶ୍ବର: ଜଣେ କୋରୋନା ଆକ୍ରାନ୍ତଙ୍କୁ ବେପରୁଆ ଭାବରେ ଏମ୍ସକୁ ଅଣାଯାଇଥିଲା । ଯାହାକୁ ନେଇ ଦେଖିବାକୁ ମିଳିଛି ଭୟ । ତେବେ ଏଥିପାଇଁ ଭୟ ନକରିବାକୁ ଏମ୍ସ ନିର୍ଦ୍ଦେଶିକା ଆଶ୍ବାସନା ଦେଇଛନ୍ତି । କୋରୋନା ରୋଗୀ ସ୍ବତନ୍ତ୍ର ଆଇସୋଲେସନ ୱାର୍ଡରେ ରହିଥିବା ବେଳେ ସେମାନଙ୍କୁ ସ୍ବତନ୍ତ୍ର ଡାକ୍ତର ଓ ନର୍ସ ମାନେ ସେବା ଯୋଗାଇ ଦେଉଛନ୍ତି । ତେଣୁ ଏହାକୁ ନେଇ ବିପଦ ଆଶଙ୍କା କରିବା ନାହିଁ ଉଚିତ ନୁହେଁ, ଏହା ଗୁଜବ ବୋଲି ସେ ଉଲ୍ଲେଖ କରିଛନ୍ତି ।

ଏମ୍ସରେ କରୋନା ଆକ୍ରାନ୍ତଙ୍କୁ ନେଇ ଭୟ, ଆଶ୍ୱାସନା ଦେଲେ ନିର୍ଦ୍ଦେଶିକା

ଏମ୍ସର ନିର୍ଦ୍ଦେଶିକା ଗୀତାଞ୍ଜଳୀ ବାଟମାନବାନେ କହିଛନ୍ତି, ଏଥିରେ କୌଣସି ଭୟ କରିବା ଆବଶ୍ୟକ ନାହିଁ । କରୋନା ମୁକାବିଲା ପାଇଁ ଏମ୍ସରେ ଆଇସୋଲେସନ ୱାର୍ଡ ରହିଛି । ଯେଉଁଥିରେ 19 ବର୍ଷୀୟ ଯୁବକ ଜଣଙ୍କ ଆଡମିଟ ହୋଇଛନ୍ତି । ଏହି ୱାର୍ଡକୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଛଡା ଅନ୍ୟ କୌଣସି ଡାକ୍ତର ନ ଯିବାକୁ ପରାମର୍ଶ ଦିଆଯାଇଛି । ଏପରିକି ଉକ୍ତ ଯୁବକଙ୍କ ସହ ଯେଉଁମାନେ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଚିହ୍ନଟ କରାଯିବା ସହ ଚିକିତ୍ସା କରାଯାଉଛି ବୋଲି ସେ କହିଛନ୍ତି । ଯୁବକଙ୍କୁ ଗାଉଡଲାଇନ ଆଧାରରେ ଏମ୍ସରେ ଭର୍ତ୍ତି କରାଯାଇଥିବା ନେଇ ସେ କହିଛନ୍ତି ।

ସୂଚନା ଅନୁଯାୟୀ, 3 ଦିନ ପୂର୍ବରୁ ଜଣେ ଡାକ୍ତରଙ୍କ ପୁଅ ବିଦେଶରୁ ଫେରିଥିଲେ । 19 ତାରିଖ ସକାଳେ ତାଙ୍କ ଠାରେ କୋରୋନାର ଲକ୍ଷଣ ଦେଖିବାକୁ ମିଳିଥିଲା । ଏହାପରେ ତାଙ୍କୁ ଏମ୍ସରେ ଆଡମିଟ କରାଯାଇଥିଲା । ସେହି ଦିନ ରାତିରେ ଉକ୍ତ ଯୁବକଙ୍କର ରକ୍ତ ନମୁନା କୋରୋନା ପଜିଟିଭ ବୋଲି ଜଣାପଡିଥିଲା । ଏହାକୁ ନେଇ ଏମ୍ସରେ ରହିଥିବା ଡାକ୍ତରଙ୍କ ଓ ରୋଗୀଙ୍କ ମନରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଛି ।

ଏମ୍ସ ଘଟଣାକୁ ଗୁରୁତର ସହ ନେଇଛନ୍ତି ସରକାର । ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଚାଲିଛି ବୈଠକ । ଭୁବନେଶ୍ବର ଏମ୍ସରେ ଜଣେ କୋରୋନା ଆକ୍ରାନ୍ତଙ୍କୁ ବେପରୁଆ ଭାବରେ ଡାକ୍ତରଖାନାକୁ ଅଣାଯାଇଥିଲା । ଯାହାକୁ ମେଡିକାଲର ସମସ୍ତ ଡାକ୍ତର ବିରୋଧ କରିଛନ୍ତି । ଏମ୍ସରେ କୋରୋନାକୁ ନେଇ କୌଣସି ସୁରକ୍ଷିତ ଆଇସଲେସନ ୱାର୍ଡ ନଥିବା ବେଳେ ଜଣେ ଡାକ୍ତରଙ୍କ ପୁଅ ବୋଲି କିଭଳି ଦାୟିତ୍ବହୀନ ଭାବେ ଭର୍ତ୍ତି କରାଗଲା । ତାହା ସାଧାରଣରେ ପ୍ରଶ୍ନ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.