ETV Bharat / city

ରାଜ୍ୟସରକାରଙ୍କ କଡା ଚେତାବନୀ: ଶ୍ବାସରୋଗୀଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ଘରୋଇ ମେଡିକାଲ ବାଧ୍ୟ - ସରକାରଙ୍କ ମୁଖପାତ୍ର ସୁବ୍ରତ୍‌ ବାଗଚୀ

ରାଜ୍ୟରେ ବଢୁଥିବା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଖି ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି । କିଛି ସ୍ଥାନକୁ ସଟ୍‌ଡାଉନ୍‌ ଘୋଷଣା କରିବା ପରେ ଏବେ ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ୍‌ର ଶ୍ବାସ ରୋଗୀଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ...

corona official update
ସରକାରୀ ଓ ବେସରକାରୀ ହସ୍ପିଟାଲ୍‌କୁ ସରକାରଙ୍କ ନିର୍ଦ୍ଦେଶ; ଶ୍ବାସ ରୋଗରେ କଷ୍ଟ ପାଉଥିବା ରୋଗୀଙ୍କ ତଥ୍ୟ ଦିଅ
author img

By

Published : Apr 4, 2020, 5:46 PM IST

Updated : Apr 4, 2020, 7:13 PM IST

ଭୁବନେଶ୍ବର: ରାଜ୍ୟରେ ବଢୁଥିବା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଖି ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି । କିଛି ସ୍ଥାନକୁ ସଟ୍‌ଡାଉନ୍‌ ଘୋଷଣା କରିବା ପରେ ଏବେ ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ୍‌ର ଶ୍ବାସ ରୋଗୀଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନମାନିଲେ ସମ୍ପୃକ୍ତ ହସ୍ପିଟାଲ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ସମ୍ପୃକ୍ତ କ୍ଲିନିକ୍‌ ବା ମେଡିକାଲର ଲାଇସେନ୍ସ ରଦ୍ଦ କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସରକାରଙ୍କ ମୁଖପାତ୍ର ସୁବ୍ରତ୍‌ ବାଗଚୀ ।

ସରକାରୀ ଓ ବେସରକାରୀ ହସ୍ପିଟାଲ୍‌କୁ ସରକାରଙ୍କ ନିର୍ଦ୍ଦେଶ; ଶ୍ବାସ ରୋଗରେ କଷ୍ଟ ପାଉଥିବା ରୋଗୀଙ୍କ ତଥ୍ୟ ଦିଅ

କୌଣସି ସରକାରୀ କିମ୍ବା ବେସରକାରୀ ହସ୍ପିଟାଲରେ ଯଦି କୌଣସି ବ୍ୟକ୍ତି ଶ୍ବାସ ରୋଗ ଓ ଏନଫ୍ଲୁଏଞ୍ଜାରେ ପୀଡିତ ଥାଆନ୍ତି ସେମାନଙ୍କ ସବିଶେଷ ତଥ୍ୟ ସରକାରଙ୍କୁ ଦେବାକୁ ସେ କହିଛନ୍ତି । ସେହିପରି ଯେକୌଣସି ବ୍ୟକ୍ତି ନିଜାମୁଦ୍ଦିନ ଯାଇଥିଲେ ସେମାନେ ଭୟ ନକରି 104 ନମ୍ବରରେ କଲ କରିବାକୁ ସେ ନିବେଦନ ମଧ୍ୟ କରିଛନ୍ତି ।

ଅନ୍ୟପଟେ ରାଜ୍ୟରେ 1395 ଜଣଙ୍କ ରକ୍ତ ନମୂନା ପରୀକ୍ଷା କରାଯାଇଥିବାବେଳେ 20 ଜଣଙ୍କ ପଜେଟିଭ ବାହାରିଛି । ସେଥିରୁ 2 ଜଣ ସୁସ୍ଥ ହୋଇ ଫେରିଛନ୍ତି । ସେହିପରି ଦେଶରେ ଦିନ 3 ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ, 2902 ଜଣ ଆକ୍ରାନ୍ତ ହୋଇଥିବାବେଳେ 68 ଜଣଙ୍କ ମୃତ୍ୟୁ ଘଟିଛି । ସେପଟେ ବିଶ୍ବରେ ଏଯାବତ ଏହି ରୋଗ 205ଟି ଦେଶରେ ବ୍ୟାପୀଥିବାବେଳେ 1141973 ଜଣ ସଂକ୍ରମିତ ହୋଇଛନ୍ତି ।

ଅନ୍ୟପଟେ ରାଜ୍ୟରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବିଭିନ୍ନ ଲୋକଙ୍କୁ ଟ୍ରେସିଂ ଜାରି ରହିଛି । 51 ଜଣ ଆଇସୋଲେସନରେ ସନ୍ଦିଗ୍ଧ ଭାବେ ରହିଛନ୍ତି । କ୍ୟାପିଟାଲ ହସ୍ପିଟାଲରେ 3 ଜଣ ଆକ୍ରାନ୍ତ, ଅଶ୍ବିନୀ ହସ୍ପିଟାଲରେ 16 ଜଣ ଓ ଜଣେ ଏମସରେ ଚିକିତ୍ସିତ ହେଉଥିବା ସେ କହିଛନ୍ତି । ସେହିପରି ଭୁବନେଶ୍ବରରେ ସର୍ବାଧିକ 14 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା ଓ ବିକାଶ ଦାସ, ଇଟିଭି ଭାରତ

Last Updated : Apr 4, 2020, 7:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.