ETV Bharat / city

ଅପ୍ରେଲ 30ରୁ ଭେଣ୍ଟିଲେଟରରେ ଥିଲେ ଦ୍ବିତୀୟ ମୃତକ - ବୟସ୍କ ଲୋକଙ୍କୁ କୋରୋନା ଠାରୁ ଦୂରରେ ରଖନ୍ତୁ

ଗତ ଅପ୍ରେଲ 30 ତାରିଖରୁ ଦ୍ବିତୀୟ ମୃତକ ଜଣଙ୍କ ଭେଣ୍ଟିଲେଟରରେ ଥିଲେ । ସେ ଅପ୍ରେଲ 28 ତାରିଖରେ ପଜେଟିଭ୍‌ ବାହାରିବା ପରେ ତାଙ୍କୁ କିମ୍ସରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର କୋରୋନା ଛଡା ଡାଇବେଟିସ ଓ ଉଚ୍ଚ ରକ୍ତଚାପ ଥିଲା । ଅଧିକ ପଢନ୍ତୁ...

corona official press meet
ବୟସ୍କଙ୍କ ଠାରେ ଅନ୍ୟାନ୍ୟ ରୋଗ ଥିଲେ ସୁସ୍ଥ ପରିବେଶରେ ରଖିବାକୁ ଚେଷ୍ଟା କରନ୍ତୁ
author img

By

Published : May 6, 2020, 6:29 PM IST

ଭୁବନେଶ୍ବର: ବୟସ୍କ ଲୋକଙ୍କୁ କୋରୋନା ଠାରୁ ଦୂରରେ ରଖନ୍ତୁ। ଯେଉଁ ମାନଙ୍କର ବିଭିନ୍ନ ରୋଗ ରହିଛି ସେମାନଙ୍କୁ ସୁସ୍ଥ ପରିବେଶରେ ରଖିବାକୁ ଚେଷ୍ଟା କରନ୍ତୁ ବୋଲି ଆଜି ପ୍ରେସ ବିବୃତିରେ କହିଛନ୍ତି ସ୍ବାସ୍ଥ୍ୟ ବିଭାଗର ମୁଖପାତ୍ର ପ୍ରଫେସର ଜୟନ୍ତ ପଣ୍ଡା ।

ବୟସ୍କଙ୍କ ଠାରେ ଅନ୍ୟାନ୍ୟ ରୋଗ ଥିଲେ ସୁସ୍ଥ ପରିବେଶରେ ରଖିବାକୁ ଚେଷ୍ଟା କରନ୍ତୁ

ଏହାସହ ରାଜ୍ୟରେ ଦ୍ବିତୀୟ କୋରୋନା ମୃତକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଦେଇଛନ୍ତି ସେ। ମୃତକ ଜଣଙ୍କ ଭୁବନେଶ୍ବରର ମଧୂସୁଦନ ନଗର ଅଞ୍ଚଳର ହୋଇଥିବାବେଳେ ତାଙ୍କର ବୟସ 77 ବର୍ଷ । ସେ ଅପ୍ରେଲ 28 ତାରିଖରେ ପଜେଟିଭ ଆସିଥିଲେ । ପରେ ତାଙ୍କୁ କିମ୍ସରେ ଭର୍ତ୍ତି କରାଯାଇଥିଲା। ସେ କୋଭିଡ ସହ ଡାଇବେଟିସ ଓ ଉଚ୍ଚ ରକ୍ତଚାପ ଆଦି ରୋଗରେ ଆକ୍ରାନ୍ତ ଥିଲେ ।

ତାଙ୍କର ସ୍ବତନ୍ତ୍ର ଭାବରେ କେୟାର ନିଆଯାଉଥିଲା। ଗୋଟେ ଦିନ ରଖିବା ପରେ ସେ ଶ୍ବାସକ୍ରିୟା ନେବାରେ ଅସୁବିଧା ଅନୁଭବ କରିଥିଲେ। ତାଙ୍କୁ ଆଇସିୟୁକୁ ନିଆଯାଇଥିଲା। ଭେଣ୍ଟିଲେଟର ଦ୍ବାରା ଶ୍ବାସକ୍ରିୟା ନେବାରେ ବ୍ୟବସ୍ଥା କରାଯାଇଥିଲା। ଗତ ଅପ୍ରେଲ 30 ଠାରୁ ଏଭଳି ସମସ୍ୟା ଦେଖାଯାଇଥିଲା।

ରକ୍ତଚାପ ମଧ୍ୟ କମିବାରେ ଲାଗୁଥିଲା। ମେଡିସିନ ଦ୍ବାରା ଚିକିତ୍ସା କରାଯାଉଥିଲା। ଏହା ପରେ ତାଙ୍କର ପରିଶ୍ରାରେ ମଧ୍ୟ ସମସ୍ୟା ହୋଇଥିଲା। ଗୋଟେ ପର୍ଯ୍ୟାୟରେ ଡାଇଲସେସ କରାଯାଇଥିଲା। ଡାକ୍ତରଙ୍କର ପ୍ରଚେଷ୍ଟା ସତ୍ତ୍ବେ ଗତକାଲି ରାତି 10 ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି ବୋଲି ପ୍ରଫେସର ଜୟନ୍ତ ପଣ୍ଡା କହିଛନ୍ତି ।

ତେବେ ଏହି ବ୍ୟକ୍ତି ଜଣଙ୍କର ମୃତ୍ୟୁ ପରେ ଅନେକ ଶିକ୍ଷା ମିଳିଛି। ଯାହା ଆଗରୁ ଜଣାଅଛି ଯେ, ବୟସ୍କ ଲୋକ ସେଥିରେ ପୁଣି ଡାଇବେଟିସ, ରକ୍ତଚାପ ଓ କିଡନୀ ରୋଗ ଆଦି ତାଙ୍କର ଅବସ୍ଥାକୁ ଅତି ଭାବରେ ସାଙ୍ଘାତିକ କରିଦେଇଥିଲା। ଯଦି କାହାର ଘରେ ଏଭଳି ବୟସ୍କ ଲୋକ ଥାନ୍ତି ତେବେ ତାଙ୍କର ସ୍ବାସ୍ଥ୍ୟପ୍ରତି ବିଶେଷ ଭାବରେ ବିପଦ ରହିଛି। ଜଣେ ଯୁବାବସ୍ଥାରେ ହେଲେ ଭଲ ହୋଇଯିବେ କିନ୍ତୁ ବୟସ୍କ ଲୋକ ଭଲ ହେବାର କମ ପ୍ରତିଶତ ରହିଛି। ଏଥିସହ ସେମାନେ ଗୁରୁତର ହେବାର ସମ୍ଭାବନା ରହିଛି। ତେଣୁ ବୃଦ୍ଧ ଓ ବୃଦ୍ଧାଙ୍କୁ ଘରେ ଯତ୍ନ ନିଅନ୍ତୁ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.