ଭୁବନେଶ୍ବର: ରାଜ୍ୟରେ ଆଉ 10 ଆକ୍ରାନ୍ତ ଚିହ୍ନଟ । ସମୁଦାୟ ସଂଖ୍ୟା 219କୁ ବୃଦ୍ଧି । 10 ଜଣଙ୍କ ମଧ୍ୟରେ 7 ଜଣ ଗଞ୍ଜାମର ହୋଇଥିବାବେଳେ 3 ଜଣ ଭୁବନେଶ୍ବରର ହୋଇଥିବା ସୂଚନା ।
ଆକ୍ରାନ୍ତଙ୍କ ସଂଖ୍ୟା 219, ସୁସ୍ଥ ହେଲେଣି 62 ବୃଦ୍ଧି - corona lockdown day 44

19:15 May 07
ଆଉ 10 ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 219କୁ ବୃଦ୍ଧି
18:28 May 07
ରାଜ୍ୟରେ ଆଉ ତିନି ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 209କୁ ବୃଦ୍ଧି
ଭୁବନେଶ୍ବର: ରାଜ୍ୟରେ ଆଉ 3 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 209କୁ ବୃଦ୍ଧି ପାଇଛି । ତେବେ 3 ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଜଗତସିଂହପୁରର ହୋଇଥିବାବେଳେ 2 ଜଣ ବାଲେଶ୍ବରର ବୋଲି ସୂଚନା ମିଳିଛି । ଜଗତସିଂହପୁରର ଆକ୍ରାନ୍ତ ଜଣଙ୍କ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବାବେଳେ ବାଲେଶ୍ବରର ଦୁଇ ଆକ୍ରାନ୍ତ ସୁରଟ ଫେରନ୍ତା ।
13:45 May 07
ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 206କୁ ବୃଦ୍ଧି
ଭୁବନେଶ୍ବର: ମୟୂରଭଞ୍ଜରେ ଆଉ ଜଣେ ପଜେଟିଭ୍ ଚିହ୍ନଟ । ଜିଲ୍ଲାରେ ସଂଖ୍ୟା 4କୁ ବୃଦ୍ଧି । ଏପଟେ ରାଜ୍ୟରେ 206 ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା । ସେଥିମଧ୍ୟରୁ 62 ଜଣ ସୁସ୍ଥ ହୋଇଥିବାବେଳେ 2 ଜଣଙ୍କ ମୃତ୍ୟୁ ହୋଇଛି । 142 ଟି ସକ୍ରିୟ ମାମଲା ରହିଛି ।
12:52 May 07
ରାଜ୍ୟରେ ଆଉ ଜଣେ ସୁସ୍ଥ, ସଂଖ୍ୟା 62କୁ ବୃଦ୍ଧି
ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ ସୁସ୍ଥ । ସୁସ୍ଥଙ୍କ ସଂଖ୍ୟା 62କୁ ବୃଦ୍ଧି । ସୁସ୍ଥ ହୋଇଥିବା ବ୍ୟକ୍ତି ଜଣଙ୍କ ଭୁବନେଶ୍ବରର ହୋଇଥିବା ସୂଚନା । ସେପଟେ ରାଜ୍ୟରେ 205ଟି ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ସମୁଦାୟ 141ଟି ସକ୍ରିୟ ମାମଲା ରହିଛି ।
12:20 May 07
ରେଡ୍ ଜୋନରେ ଗଞ୍ଜାମ
ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ରେଡ୍ ଜୋନ ଅନ୍ତର୍ଭୁକ୍ତ ହୋଇଛି। ଏନେଇ ସ୍ଵାସ୍ଥ୍ୟ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ସେପଟେ ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଜୋନ ଘୋଷଣା କରାଯାଇଛି।
10:43 May 07
ଓଡିଶା ସରକାରଙ୍କୁ କୋରୋନା ଟିପ୍ସ ଦେବେ ସ୍ବାସ୍ଥ୍ୟ ବିଶେଷଜ୍ଞ କେ ଶ୍ରୀନାଥ ରେଡ୍ଡୀ
ଭୁବନେଶ୍ବର: ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆ ସଭାପତି ତଥା ଏମ୍ସର ପୂର୍ବତନ ହୃଦ୍ରୋଗ ବିଭାଗର ମୁଖ୍ୟ କେ ଶ୍ରୀନାଥ ରେଡ୍ଡି ଓଡିଶା ସରକାରଙ୍କୁ କୋରୋନା ଟିପ୍ସ ଦେବେ। ପୂର୍ବରୁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଉପଦେଷ୍ଟା ଭାବରେ ନିଯୁକ୍ତି ପାଇଥିବା ଏହି ବିଶିଷ୍ଟ ସ୍ବାସ୍ଥ୍ୟବିତ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀଙ୍କ ସହିତ ଆଲୋଚନା କରିବେ।
08:39 May 07
ମୟୂରଭଞ୍ଜକୁ ଛୁଇଁଲା କୋରୋନା, ରାଜ୍ୟରେ 205 ଆକ୍ରାନ୍ତ
ଭୁବନେଶ୍ବର: ମୟୂରଭଞ୍ଜକୁ ଛୁଇଁଲା କୋରୋନା । ଜିଲ୍ଲାରେ 3 ଆକ୍ରାନ୍ତ ଚିହ୍ନଟ । ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା । ସେପଟେ ଗଞ୍ଜାମରେ ଆଉ 17 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା । ଜିଲ୍ଲାରେ ଏବେ ସୁଦ୍ଧା 21 ଆକ୍ରାନ୍ତ । ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 205କୁ ବୃଦ୍ଧି ।