ଭୁବନେଶ୍ବର: ସାରା ବିଶ୍ବରେ ଆତଙ୍କ ଖେଳାଇଥିବା କୋରୋନା ଭାଇରସ (covid 19) ପାଇଁ ସଜାଗ ରହିଛି ଓଡିଶା ସ୍ବାସ୍ଥ୍ୟ ବିଭାଗ । କୋରୋନା ଚିହ୍ନଟ ଓ ମୁକାବିଲା ପାଇଁ ଝାରସୁଗୁଡା ଓ ଭୁବନେଶ୍ବର ବିମାନ ବନ୍ଦରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ।
ଓଡିଶାରେ ବର୍ତ୍ତମାନ ସୁଦ୍ଧା କେହି କୋରୋନା ରୋଗୀ ଚିହ୍ନଟ ହୋଇନଥିବାବେଳେ ସ୍ବାସ୍ଥ୍ୟ ବିଭାଗର ଆଡଭାଇଜରୀ ଏବେ ବି ବଳବତ୍ତର ରହିଛି । ଯେଉଁମାନଙ୍କ ରକ୍ତ ନମୁନା ପୂର୍ବରୁ ପଠାଯାଇଥିଲା ସମସ୍ତ ନେଗେଟିଭ ରହିଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଭାରତରେ ଏବେ 2 ଜଣ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ