ETV Bharat / city

ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ: ସ୍ବାସ୍ଥ୍ୟ ବିଶେଷଜ୍ଞ

author img

By

Published : May 29, 2021, 1:17 PM IST

Updated : May 29, 2021, 1:30 PM IST

ଠିକ ସମୟରେ ଲକଡାଉନ ଲାଗୁ ହେବା ପରେ ରାଜ୍ୟରେ ଧୀରେ ଧୀରେ କୋରୋନା ସଂକ୍ରମଣ କମୁଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ: ସ୍ବାସ୍ଥ୍ୟ ବିଶେଷଜ୍ଞ
ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ: ସ୍ବାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ବର: ରାଜ୍ୟରେ ଠିକ ସମୟରେ ଲକଡାଉନ ଲାଗୁ ହେବାରୁ ସଂକ୍ରମଣ ହ୍ରାସ ପାଇଛି । ପୂର୍ବରୁ ପିକ 26 ପ୍ରତିଶତ ରହିଥିବା ବେଳେ ଶନିବାର ଏହା 14 ପ୍ରତିଶତରେ ରହିଛି । ରାଜ୍ୟରେ ସଂକ୍ରମଣ ଧୀରେ ଧୀରେ କମୁଥିବା ଏହା ଇଙ୍ଗିତ କରୁଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ସୂଚନା ଦେଇଛନ୍ତି ।

ରାଜ୍ୟରେ ସଂକ୍ରମଣକୁ କମାଇବାକୁ ହେଲେ କଟକଣା ଆହୁରି କଡାକଡି କରିବାକୁ ପଡିବ । WHO ଅନୁଯାୟୀ ପଜିଟିଭ ରେଟ ପାଞ୍ଚ ପ୍ରତିଶତ ନ କମିବା ପର୍ଯ୍ୟନ୍ତ କଟକଣା କୋହଳ ନ କରିବା ପାଇଁ କୁହାଯାଇଛି । ରାଜ୍ୟରେ ଲକଡାଉନ ଠିକ ସମୟରେ ହୋଇଥିବାରୁ ଟିପିକାଲ ପିକ କଲା ନାହିଁ ଏହା ପ୍ଲାଟୁ ଷ୍ଟେଜରେ ରହିଲା । ତିନି ଚାରି ମାସରେ ଯଦି ବୃହତ ଭାବରେ ଭାକ୍ସିନେସନ କରାଯାଏ ତେବେ ତୃତୀୟ ଲହରୀ ଆସିବ ନାହିଁ ଏବଂ ଯଦି ଆସେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ଡାକ୍ତର ମିଶ୍ର କହିଛନ୍ତି ।

ଏକ୍ସପର୍ଟ କମିଟି ମଧ୍ୟ ବହୁତ ଭଲ ଉପଦେଶ ଦେଉଛନ୍ତି, ତେଣୁ ତୃତୀୟ ଲହରୀର ପ୍ରଭାବ ରାଜ୍ୟରେ ପଡି ନପାରେ କାରଣ କମିଟିର ଉପଦେଶ ନେଇ ସରକାର ଉଚିତ ପଦକ୍ଷେପ ଗ୍ରହଣ କରୁଥିବେ । ଆଉ ଦୁଇ ସପ୍ତାହ ଅନ୍ତତଃ ଲକଡାଉନ କରାଯାଉ । ତା' ପରେ କିଛି ପରିମାଣରେ ଦେଖିକି କଟକଣା ହଟେଇବାକୁ ପଡିବ, ପଜିଟିଭ ରେଟ ପାଞ୍ଚ ପ୍ରତିଶତକୁ ଏକ ବେଞ୍ଚମାର୍କ ଭାବେ ଦେଖିବାକୁ ପଡିବ । ପାଞ୍ଚ ପ୍ରତିଶତ ତଳକୁ ଯଦି ଟିପିଆର ଦୁଇ ସପ୍ତାହ ମଧ୍ୟରେ କମିଯାଏ ତେବେ ଆଉ କଟକଣା ବୃଦ୍ଧି କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : May 29, 2021, 1:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.