ଭୁବନେଶ୍ବର: କୋଭିଡ କଟକଣା ମଧ୍ୟର ନିରାଡମ୍ବରରେ ହେଉଛି ମା'ଙ୍କ ପୂଜାର୍ଚ୍ଚନା । ନା ଅଛି ଗହଳି ଚହଳି ନା ଆଗଭଳି ଖୁସିର ମାହୋଲ । କୋଭିଡ ମାଡରେ ଅସ୍ତବ୍ୟସ୍ତ ପୂଜା ବଜାର । ପେଣ୍ଡାଲ ଠୁ ଆରମ୍ଭ କରି ଶାରଦୀୟ ପତ୍ରପତ୍ରିକା ସବୁକିଛି ପ୍ରଭାବିତ । ପାର୍ବଣ ଋତୁର ଆରମ୍ଭରେ ଭଳିକି ଭଳି ସାହିତ୍ୟ ସଂସ୍କରଣ ପ୍ରକାଶ ପାଏ, ହେଲେ ଚଳିତ ବର୍ଷ ପ୍ରଭାବିତ ପତ୍ରିକା ବଜାର । କୋରୋନାର କରାଳ କାୟା ଭିତରେ ହଜି ଯାଇଛି ଶାରଦୀୟ ସାହିତ୍ୟ ସଂସ୍କରଣ । ସାହିତ୍ୟ ପ୍ରେମୀଙ୍କ ହାତ ଖାଲି, ଦେଖିବାକୁ ମିଳୁନି ପୂଜା ପତ୍ରପତ୍ରିକା । ଯାହାଫଳରେ ଉଭୟ ପ୍ରକାଶନୀ ଓ ବ୍ୟବସାୟ ପୂର୍ବ ବର୍ଷ ଅପେକ୍ଷା ମାନ୍ଦା ସହିଛି ।
ପାର୍ବଣ ଋତୁ ଆଗମନରେ ଯେମିତି ନଈ ପଠାରେ କାଶତଣ୍ଡି ହସେ ସେମିତି ବଜାରକୁ ପତ୍ରିକା ଆସିଲେ ଲାଗେ ଯେମିତି ପାର୍ବଣ ଋତୁର ପରିପୂର୍ଣ୍ଣତା ଆସିଲା । କିନ୍ତୁ କୋଭିଡ ମହାମାରୀ ପାଇଁ ପତ୍ରିକା ବଜାର ଦୋହଲି ଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ