ଭୁବନେଶ୍ବର:ବିଏମସି(ଭୁବନେଶ୍ବର ମହାନଗର ନିଗମ) ଅଞ୍ଚଳରେ ବେକାବୁ କୋରୋନା । ଦିନକୁ ଦିନ ବିଗିଡିବାରେ ଲାଗିଛି ସ୍ଥିତି । ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଗଢୁଛି ମୁଣ୍ଡ, ଭୟରେ ଲୋକେ । ତେବେ ପରିସ୍ଥିତିକୁ ଆୟତ୍ତକୁ ଆଣିବାକୁ ରାଜ୍ୟ ସରକାର 9 ଜଣ ବରିଷ୍ଠ ଓଏଏସ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି ।
ବରିଷ୍ଠ ଓଏଏସ ଅଧିକାରୀ ମହେନ୍ଦ୍ର ପଣ୍ଡା, ବିଶ୍ବଜିତ ଚନ୍ଦ୍ର ବର୍ମନ, ଶୁଭ୍ରବାଳା ବେହେରା, ଶୁଭେନ୍ଦ୍ର କୁମାର ସାମଲ, ଆଶିଷ କୁମାର ଜେନା, ଶାନ୍ତନୁ କୁମାର ମହାନ୍ତି, ତ୍ରିଶ୍ନା ବିଶ୍ବାଳ, ସଙ୍ଘମିତ୍ରା ବେହେରା ଓ ଦେବେନ୍ଦ୍ର ପ୍ରସାଦ ବାଲଙ୍କୁ ବିଏମସିରେ ନିଯୁକ୍ତି ମିଳିଛି ।
![ବିଏମସିରେ ବେକାବୁ କୋରୋନା](https://etvbharatimages.akamaized.net/etvbharat/prod-images/od-bbs-8-oasdeplyed-avo-7205239_09092020232237_0909f_1599673957_17.png)
ସୂଚନାଥାଉକି, ବିଏମସିରେ ସେପ୍ଟେମ୍ବର 9 ତାରିଖ ସୁଦ୍ଧା ସମୁଦାୟ 14492 ଜଣ ଆକ୍ରାନ୍ତ ହୋଇଥିବାବେଳେ 9350 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି 52 ଜଣଙ୍କ ଜୀବନ ଯାଇଛି । 5077ଟି ସକ୍ରିୟ ମାମଲା ରହିଛି । ମୋଟ 152674 ଜଣଙ୍କର ଟେଷ୍ଟ ହୋଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ