ETV Bharat / city

ଏଣିକି ସର୍ବସାଧାରଣରେ ଛେପ ପକାଇଲେ ଜୋରିମାନା

author img

By

Published : Apr 17, 2020, 3:52 PM IST

Updated : Apr 17, 2020, 4:13 PM IST

ସର୍ବସାଧାରଣରେ ଛେପ ପକାଇଲେ ପ୍ରଥମ ୩ଥର ୨୦୦ ଟଙ୍କା ଜୋରିମାନା। ଏହାପରେ ୫୦୦ ଟଙ୍କା ତଣ୍ଡ ଗଣିବାକୁ ପଡିବ। ବ୍ଲକ ସ୍ତରରେ ଏକ୍ସଟେନସର ଅଫିସର, ଏଏସଆଇ, ଅତିରିକ୍ତ ତହସିଲଦାର ଜୋରିମାନା ଆଦାୟ କରିବେ।

ଏଣିକି ସର୍ବସାଧାରଣରେ ଛେପ ପକାଇଲେ ଜୋରିମାନା
ଏଣିକି ସର୍ବସାଧାରଣରେ ଛେପ ପକାଇଲେ ଜୋରିମାନା

ଭୁବନେଶ୍ବର: କଡା ହେଲେ ରାଜ୍ୟ ସରକାର। ଏଣିକି ସାବଧାନ ରୁହନ୍ତୁ। ସର୍ବସାଧାରଣରେ ଛେପ ପକାଇଲେ ଦଣ୍ଡବିଧାନ କରିଛନ୍ତି ସରକାର। ପ୍ରଥମ ୩ଥର ନିୟମ ଉଲ୍ଲଂଘନ ପାଇଁ ୨୦୦ ଟଙ୍କା ଜୋରିମାନା। ଏହାପରେ ୫୦୦ ଟଙ୍କା ତଣ୍ଡ ଗଣିବାକୁ ପଡିବ।

ଏଣିକି ସର୍ବସାଧାରଣରେ ଛେପ ପକାଇଲେ ଜୋରିମାନା

ବ୍ଲକ ସ୍ତରରେ ଏକ୍ସଟେନସର ଅଫିସର, ଏଏସଆଇ, ଅତିରିକ୍ତ ତହସିଲଦାର ଜୋରିମାନା ଆଦାୟ କରିପାରିବେ। ୱାର୍ଡ ଅଫିସର ମଧ୍ୟ ନିୟମର ଉଲ୍ଲଂଘନ ପାଇଁ ଜୋରିମାନା ଆଦାୟ କରିପାରିବେ। ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

ଭୁବନେଶ୍ବରରେ ଆଗାମୀ ୭ ଦିନରେ ୫୦୦୦ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଦେଶର କୌଣସି ସହରରେ ଏତେ ବଡ ନମୁନା ପରୀକ୍ଷା ଏଯାଏଁ ହୋଇନି। ଆଜି ଯାଏଁ ଭୁବନେଶ୍ବରରେ ୧୯୫୮ଟି ନମୁନା ପରୀକ୍ଷା ହୋଇଛି। ମୋଟ ନମୁନାର ଏହା ୩୮%। ରାଜଧାନୀକୁ ୩ଟି ଜୋନରେ ବିଭକ୍ତ କରି ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ବ ଦିଆଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Apr 17, 2020, 4:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.